Advertisement

ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ଲାଲ୍‌ବାହିନୀରେ ରହି କରୁଥିଲେ…

ଭବାନୀପାଟଣା,୨୩।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ଦେବୀ ସୋରୀ ଓରଫ ଗୀତା ହୋଇଥିବାବେଳେ ସେ ଛତିଶଗଡ଼ ରାଜ୍ୟ ସୁକ୍‌ମା ଅଞ୍ଚଳର ବୋଲି ଜଣାପଡ଼ିଛି। ଏ ନେଇ ବୁଧବାର ଅପରାହ୍ନରେ ଭବାନୀପାଟଣାସ୍ଥିତ କଳାହାଣ୍ଡି ଏସ୍‌ପିଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ସୂଚନା ଦେଇଛନ୍ତି।

୨୦୧୮ରେ ଦୁର୍ଦ୍ଦାନ୍ତ ମାଓବାଦୀ କମାଣ୍ଡର ହିଡମାର କାର୍ଯ୍ୟକଳାପରେ ସେ ଅନୁପ୍ରାଣୀତ ହୋଇ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓବାଦୀର ଚିତ୍ର ନାଟ୍ୟମଣ୍ଡଳିରେ ସାମିଲ ହୋଇଥିଲେ। ପରେ ମାଓବାଦୀଙ୍କ ଏରିଆ କମାଣ୍ଡର କମଳାଙ୍କ ସହିତ ସାକ୍ଷାତ ହୋଇ ମାଓବାଦୀ ସଙ୍ଗଠନ ସହିତ ରହି କାମ କରି ଆସୁଥିବାବେଳେ ୨୦୨୨ରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼ ଡିଭିଜନ ସିପିଆଇ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲେ। ଏହି ସମୟରେ ଲାଲ୍‌ବାହିନୀର ମିଲିଟାରୀ ଗ୍ରୁପ୍‌ରେ ରହି ସମସ୍ତଙ୍କ ଚିକିତ୍ସା ସେବା କରି ଆସୁଥିଲେ। ସେହିପରି ୫ଟି ଗୁଳି ବିନିମୟ ଘଟଣାରେ ମଧ୍ୟ ତାଙ୍କର ସଂପୃକ୍ତି ଥିବା ନେଇ ଡିଆଇଜି ନୀତି ଶେଖର ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ଅଭିଳାଶ ଜୀ ମଧ୍ୟ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: maiost