Posted inଫୁରସତ

ନୃତ୍ୟବେଳେ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଥାଏ: ମାହେଶ୍ୱରୀ ପ୍ରଧାନ

ପିଲାଟି ଦିନରୁ ସେ ମା’ଙ୍କଠାରୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଶିକ୍ଷା ନେଉଥିଲେ। ଏହି କଳା ପରବର୍ତ୍ତୀ ସମୟରେ ତାଙ୍କୁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଭାବେ ପରିଚୟ ଦେବା ସହିତ ତାଙ୍କ ପାଇଁ ଆଣିଦେଲା ଅନେକ ସ୍ବୀକୃତି ଓ ସମ୍ମାନ। ସେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ମାହେଶ୍ୱରୀ ପ୍ରଧାନ। ସେ କୁହନ୍ତି, ମୋ ବାପା ମିହିର ପ୍ରଧାନ ଜଣେ ଜଣାଶୁଣା ଆଇନଜୀବୀ ଏବଂ ମା’ ମୁକ୍ତିଲତା ପାଲ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ। ସେ ମୋତେ ପିଲାଟି ଦିନରୁ ତାଙ୍କ ସାଥିରେ ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ନେଇକି ଯାଉଥିଲେ। ସେଠାରେ ମା’ ମୋତେ ଶୁଆଇଦେଇ ନୃତ୍ୟ ଅଭ୍ୟାସ କରୁଥିଲେ। ସେହି ସମୟରୁ ହିଁ ଓଡ଼ିଶୀ ନୃତ୍ୟକୁ ଦେଖିଛି, ସଙ୍ଗୀତ ଶୁଣିଛି । ସେତେବେଳେ କିଛି ବୁଝି ନ ପାରିଲେ ବି ଏସବୁ ମତେ ଖୁବ୍‌ ଭଲ ଲାଗୁଥିଲା। ଆଉ ମୋ ଅଜାଣତରେ ଏହି କଳାପ୍ରତି ମୁଁ ଆକର୍ଷିତ ହୋଇଯାଉଥିଲି। ପରବର୍ତ୍ତୀ ସମୟରେ ପାଠପଢା ସହିତ ନୃତ୍ୟ, ସଙ୍ଗୀତ ଓ ଚିତ୍ରାଙ୍କନ ଜାରି ରଖିଲି। ମୋ ପିଲାଦିନର ଗୋଟିଏ ଘଟଣା, ସେତେବେଳେ ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ବାହାର ରାଜ୍ୟରୁ କେତେଜଣ ନୃତ୍ୟଶିଳ୍ପୀ ଆସି ନୃତ୍ୟାଭ୍ୟାସ କରୁଥିଲେ। ସେଦିନ ସେହି ଅତିଥିମାନଙ୍କ ସମ୍ମୁଖରେ ମୁଁ ଏତେ ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲି ଯେ, ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କାରଣ ମୋ ବୟସ ତୁଳନାରେ ନୃତ୍ୟ ପରିବେଷଣର ଶୈଳୀ ଅଧିକ କଷ୍ଟସାଧ୍ୟ ଥିଲା କିନ୍ତୁ ମୁଁ ତାକୁ ଖୁବ୍‌ ସୁନ୍ଦର ଓ ସରଳଭାବେ ପରିବେଷଣ କରିଥିବାରୁ ସମସ୍ତଙ୍କ ମନକୁ ଛୁଇଁ ଯାଇଥିଲା। ଆଉ ସେମାନେ ମୋତେ ଭବିଷ୍ୟତରେ ଭଲ ନାଁ କରିବି ବୋଲି ଆଶୀର୍ବାଦ ଦେଇଥିଲେ। ସେବେଠାରୁ ଆଉ ପଛକୁ ଚାହିଁନି, ସେହି ପଦକ କଥା ମୋତେ ପ୍ରେରଣା ଦେଇଆସୁଛି। ସମୟକ୍ରମେ ସ୍ବର୍ଗତ ଗୁରୁ କେଳୁଚରଣ ମହାପାତ୍ର, ଦୀପକ ବସୁ, ଗୁରୁ ରମଣୀ ରଞ୍ଜନ ଜେନା, ପଣ୍ଡିତ ଭୁବନେଶ୍ୱର ମିଶ୍ର, ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତି, ଗୁରୁ ଗଙ୍ଗାଧର ପ୍ରଧାନ, ଡ. ଦାମୋଦର ହୋତାଙ୍କ ସଂସ୍ପର୍ଶରେ ଆସିଥିଲି। କୋଣାର୍କ ମହୋତ୍ସବରେ କୁମ୍‌କୁମ୍‌ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଏକ ନୃତ୍ୟନାଟିକା ଅରଣ୍ୟ ଏବଂ ଦୂରଦର୍ଶନରେ ୧୯୯୯ ମହାବାତ୍ୟା ପରେ ‘ବାତ୍ୟା’ ନାମକ ଏକ ନୃତ୍ୟ କାଯର୍‌ୟକ୍ରମରେ ମୋ ମା’ଙ୍କ ସହିତ ଶିଶୁ କଳାକାର ଭାବେ ନୃତ୍ୟ ପରିବେଷଣ କରିଥିଲି। ଓଡ଼ିଶୀ ନୃତ୍ୟରେ ହଂସଧ୍ୱନି, ପଲବୀ ଏବଂ ଅଭିନୟରେ ଗୀତଗୋବିନ୍ଦ ବିଷୟ ଖୁବ୍‌ ଭଲଲାଗେ। ଓଡ଼ିଶାର କଳା ସଂସ୍କୃତି ତଥା ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ପ୍ରସାରରେ ଆନନ୍ଦ ମିଳେ। ମୋ ମା’ ଆଚାର୍ଯ୍ୟ ହରିହର କଲେଜର ପୂର୍ବତନ ପ୍ରିନ୍ସିପାଲ। ତେବେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଭାବେ ତାଙ୍କର ଭିନ୍ନ ପରିଚୟ ରହିଛି । ସେ ମୋର ଆଦର୍ଶ । ସେ ମୋର ଗୁରୁ। ମା’ଙ୍କଠାରୁ ମୋ ନାମକରଣ ସମ୍ପର୍କରେ ଏକ କଥା ଶୁଣିଥିଲି ଯେ, ସେ ଯେତେବେଳେ ମୋ ନାମ ଦେବାକୁ ଚାହିଁଥିଲେ ସେତେବେଳେ ଗୁରୁ ଭୁବନେଶ୍ୱର ମିଶ୍ର ସଂଗୀତର ଏକ ନୂଆ ରାଗକୁ ନେଇ ମୋ ନାମ ମାହେଶ୍ୱରୀ ବୋଲି ଦେଇଥିଲେ। ପାଠ ସହ ମୋର ନୃତ୍ୟ ସଙ୍ଗୀତ ସାଧନା ଜାରି ରହିଥିଲା। କଲିକତା ଯାଇ ଇଷ୍ଟର୍ନ ଜୋନାଲ କଲଚରାଲ ସେଣ୍ଟରରେ ଏକାକୀ ଦେବୀନୃତ୍ୟ ପରିବେଷଣ କରିଥିଲି। ୧୪ବର୍ଷରୁ କମ୍‌ ପ୍ରତିଭା ପ୍ରଦର୍ଶନ କରି ସମ୍ମାନିତ ହୋଇଥିଲି। ୨୦୧୩ରେ ଅନ୍ତର୍ଜାତୀୟ ନୃତ୍ୟ ପ୍ରଦର୍ଶନ କରିଥିଲି। ୨୦୧୬ରେ ଜାତୀୟ ବୃତ୍ତି ପାଇଥିଲି। ବିଭିନ୍ନ ସମ୍ମାନ ମଧ୍ୟରେ ସଙ୍ଗୀତ ଭୂଷଣ ରୁନ୍‌ଝୁନ୍‌ ସମ୍ମାନ, ୨୦୧୧ରେ ଓଡ଼ିଶୀ ଗ୍ରୁପ ନୃତ୍ୟରେ ଗିନିଜ ବୁକ୍‌ ବିଶ୍ୱ ରେକର୍ଡ, ନବ ପ୍ରତିଭା, ପ୍ରସାର ଭାରତୀ ଏବଂ ନୃତ୍ୟ ସୃଜନ ଜାତୀୟ ପୁରସ୍କାର ଆଦି ରହିଛି। ଏହାଛଡ଼ା ୨୦୧୫ରେ ଦୂରଦର୍ଶନ ବି ଗ୍ରେଡ୍‌ କଳାକାର ଭାବେ ସ୍ବୀକୃତି ମିଳିଛି। ଇଞ୍ଜିନିୟରିଂ କରିଛି। ଏବେ ଇଷ୍ଟକୋଷ୍ଟ ରେଳ ବିଭାଗ ରେଳସଦନରେ ଅଫିସ ସୁପରିଣ୍ଟେଣ୍ଡେଣ୍ଟ ଭାବେ କାର୍ଯ୍ୟ କରୁଛି। ମୋ ପ୍ରତି ଶାଶୁଘର ଓ ବାପଘର ଏପରିକି ଅଫିସରେ ମଧ୍ୟ ଅନ୍ୟସମସ୍ତଙ୍କ ସହଯୋଗ ରହିଛି। କିନ୍ତୁ ମୋ ପ୍ରତିଭା ବିକାଶରେ ସ୍ବାମୀ ଇନ୍ଦିବର ଏବଂ ଶ୍ୱଶୁର ଅର୍ଜୁନ କୁମାର ବେହେରାଙ୍କ ପ୍ରୋତ୍ସାହନ ରହିଛି। ନୃତ୍ୟ ବେଳେ ସ୍ବର ଓ ତାଳ ସହିତ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିଥାଏ। ମୋ ମତରେ ଯିଏ ତାଳ, ଲୟ ଏବଂ ସ୍ବରକୁ ଠିକ୍‌ ଭାବରେ ଜାଣିବ ସେ ଓଡ଼ିଶୀରେ ଭଲ କରିପାରିବ ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ଚିହ୍ନିବାରେ କରିଛନ୍ତି କି ବଡ଼ ଭୁଲ? ପଶ୍ଚାତାପ କରୁଥିଲେ ଜାଣନ୍ତୁ ଚାଣକ୍ୟଙ୍କ ଏହି ୪କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା

ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର...

କ’ଣ ଅଫିସ୍‌ରେ ବାରମ୍ବାର ‘ସୁଟା ବ୍ରେକ୍‌’ ନେବା ଦ୍ୱାରା ଷ୍ଟ୍ରେସ୍‌ କମିଥାଏ? ଜାଣନ୍ତୁ ଏହା ପଛର ସତ?

ନୂଆଦିଲ୍ଲୀ,୫।୯: ସିଗାରେଟ୍‌ ଟାଣିବାର ସୌକିନ ରଖିଥିବା ଲୋକ ଅଧିକ ଷ୍ଟ୍ରେସରେ ଥିଲେ ଅଧିକ ଧ୍ରୁମପାନ କରିଥାନ୍ତି। ସେମାନେ ବିଶ୍ୱାସ କରନ୍ତି କି, ସିଗାରେଟ୍‌ ଏକ ଷ୍ଟ୍ରେସ୍‌...

ମାଛ ମଡ଼କ ଯୋଗୁ ଏମର୍ଜେନ୍ସି

ଏଥେନ୍ସ:ଗ୍ରୀସ୍‌ର ଭୋଲୋସ ସହର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ହ୍ରଦ, ନଦୀ ଓ ବିଭିନ୍ନ ଜଳାଶୟଗୁଡ଼ିକରେ ଲକ୍ଷାଧିକ ମୃତ ମାଛ ପଡ଼ି ରହିଛନ୍ତି। ଏତେ...

ବିଶ୍ୱର ସବୁଠୁ ବୟସ୍କ କୁମ୍ଭୀର

ପ୍ରିଟୋରିଆ: ପୃଥିବୀର ସର୍ବ ପୁରାତନ ଜୀବଜନ୍ତୁମାନଙ୍କ ମଧ୍ୟରେ କୁମ୍ଭୀର ଅନ୍ୟତମ। ପ୍ରାୟତଃ ବିପଜ୍ଜନକ ଶିକାରୀ ଭାବେ କୁମ୍ଭୀର ଅନ୍ୟ ପ୍ରାଣୀମାନଙ୍କ ଉପରେ ଆକ୍ରମଣ କରିବାକୁ କୁଣ୍ଠାବୋଧ...

୨୦୨୫ରୁ ୭ ବର୍ଷ ଦେଖି ହେବନି ଶନି ବଳୟ

ଓ୍ବାଶିଂଟନ, ୪।୯: ସୌର ଜଗତରେ ଶନି ସୂର୍ଯ୍ୟଙ୍କଠାରୁ ଷଷ୍ଠ ଗ୍ରହ ହୋଇଥିବା ସହ ଏହା ଦ୍ୱିତୀୟ ବୃହତ୍ତମ ଗ୍ରହ ମଧ୍ୟ। ଏହି ଗ୍ରହର ଚାରିପଟେ ଏକ...

ପୃଥିବୀ ଉପରେ ବଡ଼ ବିପଦ! ଦ୍ରୁତ ଗତିରେ ମାଡି ଆସୁଛି ଭୟଙ୍କର ଗ୍ରହ, ସେପ୍ଟେମ୍ବରରେ…, ଆଲର୍ଟ ଜାରି କଲା ନାସା

ଏକ ଗ୍ରହ ସମ୍ବନ୍ଧରେ ନାସା ଏକ ସତର୍କ ସୂଚନା ଜାରି କରିଛି। ନାସା କହିଛି ଯେ ପ୍ରାୟ ୭୨୦ ଫୁଟର ଏକ ବିଶାଳ ଗ୍ରହ, ଯାହା...

୧୦୦ କିଲୋମିଟର ପର୍ଯ୍ୟନ୍ତ ଲାଗିଲା ଟ୍ରାଫିକ ଜାମ୍‌, ୧୨ ଦିନ ପରେ ଘରକୁ ଫେରିଲେ ଲୋକେ

ବେଜିଂ: ଦିଲ୍ଲୀ-ଏନସିଆର ହେଉ କିମ୍ବା ବେଙ୍ଗାଲୁରୁ ହେଉ, ଲୋକମାନେ ଟ୍ରାଫିକ ଜାମ୍‌ର ସମ୍ମୁଖୀନ ହେବା ସାଧାରଣ କଥା। ସେଥିପାଇଁ ଏଠାକାର ଲୋକମାନେ ଅଫିସ ଯିବାକୁ ଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri