ନୂଆଦିଲ୍ଲୀ,୨୩।୬: ସରୋଗେସି ଏବଂ ମାତୃତ୍ୱ ଛୁଟି ନିୟମ ସଂଶୋଧନ କରିଛନ୍ତି ଭାରତ ସରକାର। ଏଣିକି କେନ୍ଦ୍ର ସରକାରଙ୍କ ନିକଟରେ ଚାକିରୀ କରୁଥିବା ମହିଳା ମାନେ ସରୋଗେସି କିମ୍ବା ଶିଶୁ ଗ୍ରହଣ କଲେ ସେମାନଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ପାଇବା ପାଇଁ କମିଶନ ନିୟମ ସଂଶୋଧନ କରିଛନ୍ତି।
ସରୋଗେସି ମାତାଙ୍କ ବ୍ୟତୀତ ଯେଉଁମାନେ ସରକାରୀ କର୍ମଚାରୀ ଏବଂ ତାଙ୍କର ଦୁଇରୁ କମ୍ ପିଲା ଅଛନ୍ତି, ସେମାନଙ୍କୁ ମଧ୍ୟ ୧୮୦ ଦିନ ଛୁଟି ମିଳିବ।
ଏଥିପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ଛୁଟି) ନିୟମ, ୧୯୭୨ ରେ ସଂଶୋଧନ କରାଯାଇଛି, ଯାହା କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ସୁବିଧା ମିଳିଥାଏ।
ସରୋଗେସି ଦ୍ୱାରା ପ୍ରାପ୍ତ ଶିଶୁ ପାଇଁ ପିତାଙ୍କୁ ୬ ମାସର କାର୍ଯ୍ୟକାଳରେ ୧୫ ଦିନର ପିତୃତ୍ୱ ଅବକାଶ ମିଳିବ। ସେହିପରି ଯେଉଁମାନଙ୍କର ଦୁଇଟିରୁ କମ୍ ପିଲା ଅଛନ୍ତି ପିଲା ଜନ୍ମ ହେବାର ୬ ମାସ କାର୍ଯ୍ୟକାଳ ମଧ୍ୟରେ ୧୫ ଦିନର ପିତୃତ୍ୱ ଅବକାଶ ମିଳିବ।
Big Decision for mother who gives birth to a child through surrogacy and the parents who adopt those children
Now in cases of surrogacy, the surrogate, a central government employee, will be able to get 180 days of maternity leave
Along with the surrogate, the presiding mother,… pic.twitter.com/WrFnMf0PTU
— DD News (@DDNewslive) June 23, 2024