ମସ୍କୋ,୨୮।୧୧ : ରୁଷିଆରେ ସରୋଗେସି ଆଇନଗତ ହୋଇଛି। ତେବେ ଦୀର୍ଘ ଦିନ ଧରି ଅନେକ ଧାର୍ମିକ ଗୋଷ୍ଠୀ ଏହାକୁ ଅପମାନଜନକ ଏବଂ ଧର୍ମ ବିରୋଧୀ ବୋଲି କହିଆସୁଥିଲେ। ବିଶେଷକରି ବିଦେଶୀ ଲୋକମାନେ ରୁଷିଆର ମହିଳାମାନଙ୍କୁ ସରୋଗେଟ ମାତା କରିବାକୁ ଆପତ୍ତି କରୁଛନ୍ତି। ଏ ସମ୍ପର୍କରେ ରୁଷ ସଂସଦର ନିମ୍ନ ଗୃହର ବାଚସ୍ପତି ଭାୟାଚେଲାଭ ଭୋଲୋଡିନ କହିଛନ୍ତି ଯେ ଖୁବ ଶୀଘ୍ର ବିଦେଶୀମାନଙ୍କୁ ରୁଷିୟ ମହିଳାମାନଙ୍କ ପାଇଁ ସରୋଗେଟ ମା ’କରିବା ଉପରେ ବାରଣ କରାଯିବ। ଭୋଲୋଡିନ ରୁଷିଆର ମାତୃ ଦିବସରେ ଭାଷଣ ଦେଇ କହିଛନ୍ତି ଯେ ରୁଷିଆ ଏହାର ମହିଳା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ସମସ୍ତ ଉଦ୍ୟମ କରିବ।
ସେ କହିଛନ୍ତି ଯେ ଗତ ଏକ ବର୍ଷ ମଧ୍ୟରେ ସରୋଗେଟ ମା’ଙ୍କଠାରୁ ଜନ୍ମ ହୋଇଥିବା୪୫ ହଜାରରୁ ଅଧିକ ପିଲାଙ୍କୁ ଦେଶ ବାହାରକୁ ନିଆଯାଇଛି। ଏହା ହେଉଛି ଶିଶୁ କାରବାର, ଖୁବ ଶୀଘ୍ର ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ। ଏହା ପରେ, ରୁଷିୟ ମାତାଙ୍କଠାରୁ ଜନ୍ମ ହୋଇଥିବା କୌଣସି ପିଲା ରୁଷିଆରୁ ବାହାରକୁ କେହି ନେଇ ପାରିବେ ନାହିଁ।
https://www.amarujala.com/world/surrogacy-wil