Categories: ଜାତୀୟ

ନିଃସ୍ବାର୍ଥପର ମନୋଭାବ ଥିଲେ ସରୋଗେସିକୁ ଦିଆଯିବ ଅନୁମତି, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଥିରୁଭାନନ୍ତପୁରମ,୨।୧୧ : ନିଃସ୍ବାର୍ଥପର ଏବଂ ଆର୍ଥିକ ଲାଭ ନ ଥିବା କ୍ଷେତ୍ରରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏନେଇ ସରୋଗେସି ମା’ଙ୍କୁ ପଚରାଉଚରା କରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି

କେରଳ ହାଇକୋର୍ଟ ଡିଜି, ଥିରୁବନନ୍ତପୁରମଙ୍କୁ ଅନୁସନ୍ଧାନ କରିବାକୁ ଏବଂ ପ୍ରସ୍ତାବିତ ସରୋଗେଟ ମା ଏବଂ ତାଙ୍କ ପରିବାର ସହିତ ଯୋଗାଯୋଗ କରିବା ପରେ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ କହିଛନ୍ତି ସରୋଗେସି (ରେଗୁଲେଶନ) ଆକ୍ଟ, ୨୦୨୧ ଅନୁଯାୟୀ ସରୋଗେସି ପାଇଁ ଜିଲା ମେଡିକାଲ ବୋର୍ଡରୁ ମେଡିକାଲ ଇଣ୍ଡିକେଶନ ସାର୍ଟିଫିକେଟ ପ୍ରଦାନ ପାଇଁ ଆବେଦନକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ କୋର୍ଟ ବିଚାର କରି ଏଭଳି ରାୟ ଦେଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ କୋର୍ଟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ କହିଛନ୍ତି ସରୋଗେଟ ମା ଏକ ପରୋପକାରୀ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷରେ, ସରକାରୀ ଆଇନଜୀବୀ ଯୁକ୍ତି କରିଛନ୍ତି ଆବେଦନକାରୀଙ୍କ ଦ୍ୱାରା ଅନେକ ଅସଙ୍ଗତି ଏବଂ ଆଇନର ଉଲ୍ଲଂଘନ ରହିଛି ଏବଂ କୋର୍ଟଙ୍କୁ ଏହି ପ୍ରସଙ୍ଗକୁ ଗୁରୁତର ସହ ବିଚାର କରିବାକୁ ପଡିବ। କୋର୍ଟ ପ୍ରଥମେ ସରୋଗେଟ ମା ସହିତ ଯୋଗାଯୋଗ କରିବାକୁ ଚାହୁଁଛନ୍ତି। ତେଣୁ ସିଭିଲ ଡ୍ରେସରେ ଜଣେ ମହିଳା ପୋଲିସ ସରୋଗେଟ ମା ଏବଂ ତାଙ୍କ ପରିବାର ସହିତ ଯୋଗାଯୋଗ କରିବା ଏବଂ ବିଭିନ୍ନ ଆଭିମୁଖ୍ୟ ସମ୍ପର୍କରେ କୋର୍ଟରେ ଏକ ରିପୋର୍ଟ ଦାଖଲ କରିବା ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।

Share