ସରୋଗେଟ୍‌ ମଦର

ସରୋଗେସୀ କରୁଥିବା ମହିଳା କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ସରୋଗେସୀ ଦ୍ୱାରା ମାତୃତ୍ୱ ଓ ପିତୃତ୍ୱ ପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ପ୍ରଦାନ ମହିଳା ସରକାରୀ କର୍ମଚାରୀଙ୍କୁ ୧୮୦ ଦିନର ମାତୃତ୍ୱ ଛୁଟି ଓ ପୁରୁଷ କର୍ମଚାରୀଙ୍କୁ ୧୫ ଦିନର ପିତୃତ୍ୱ ଛୁଟି ପ୍ରଦାନ ପାଇଁ ଆଇନତଃ ବ୍ୟବସ୍ଥା ହୋଇଛି। ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଦୁଇରୁ କମ୍‌ ଜୀବିତ ସନ୍ତାନ ଥିବା ରାଜ୍ୟ ସରକାରୀ ମହିଳା କର୍ମଚାରୀ ସରୋଗେଟ ମାତୃତ୍ୱ ଲାଭ କଲେ ହିଁ ସେମାନେ ୧୮୦ ଦିନର ମାତୃତ୍ୱ ଛୁଟି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହାସହ ଜଣେ ରାଜ୍ୟ ସରକାରୀ ପୁରୁଷ କର୍ମଚାରୀ ଯିଏ ୨ରୁ କମ୍‌ ଜୀବିତ ସନ୍ତାନ ଥାଇ ଅଧିଷ୍ଠାତା ପିତା ବା କମିସନିଂ ଫାଦର ହୁଅନ୍ତି ସେ ସନ୍ତାନ ଜନ୍ମ ତାରିଖରୁ ଛଅ ମାସ ମଧ୍ୟରେ ପନ୍ଦର ଦିନର ପିତୃତ୍ୱ ଛୁଟି ଲାଭ କରିବା ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ଏହି ଛୁଟି ଲାଭ କରିବାକୁ ସରୋଗେସୀ କ୍ଷେତ୍ରରେ ରହିଥିବା ରାଜିନାମା ସହିତ ପଞ୍ଜୀକୃତ ଡାକ୍ତର ଓ ସମ୍ପୃକ୍ତ ଡାକ୍ତରଖାନାରୁ ପାଇଥିବା ଚିକିତ୍ସା ସମ୍ବନ୍ଧିତ ସମସ୍ତ କାଗଜପତ୍ର ପ୍ରଦାନ କରିବାକୁ ପଡ଼ିବ।
‘ସରୋଗେଟ୍‌ ମଦର’ ବା (ଗର୍ଭାଶୟ ଭଡ଼ା ଦେଉଥିବା ମହିଳା) ବ୍ୟବସ୍ଥା ବର୍ତ୍ତମାନ ଭାରତର ମହାନଗରରେ ବଡ଼ ବ୍ୟବସାୟରେ ପରିଣତ ହୋଇଛି। ବିଦେଶରୁ ନିଃସନ୍ତାନ ଦମ୍ପତିମାନେ କମ୍‌ ଖର୍ଚ୍ଚରେ ସନ୍ତାନ ଲାଭ ପାଇଁ ଏଠାକୁ ଆସୁଛନ୍ତି। ଏହି କାରଣରୁ ବର୍ତ୍ତମାନ ସରକାର ସରୋଗେଟ୍‌ ଶିଶୁ ଜନ୍ମଜନିତ ଆଇନ ନିମନ୍ତେ ଦୃଢ଼ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି। ଭାରତୀୟ ମହିଳାଙ୍କ ଗର୍ଭରୁ ଜନ୍ମିତ ଯାଆଁଳା ସନ୍ତାନଙ୍କ ପାଇଁ ଜର୍ମାନ ଦମ୍ପତିଙ୍କ ପାସ୍‌ପୋର୍ଟ ଆବେଦନ ସମ୍ପର୍କରେ ନିକଟରେ ବିଚାର କରି ସୁପ୍ରିମକୋର୍ଟ କହିଛନ୍ତି, ଏହା କେବଳ ଦୁଇ ଶିଶୁଙ୍କର ସମସ୍ୟା ନୁହେଁ, ଏହା ଏକ ସାମାଜିକ ଓ ମାନବୀୟ ସମସ୍ୟା। ଏଥିସହ ସୁପ୍ରିମକୋର୍ଟ କହିଛନ୍ତି, ଯାଆଁଳା ଶିଶୁ ଦୁହିଁକୁ ସରକାର ପାସ୍‌ପୋର୍ଟ ପ୍ରଦାନ କରିବା ପାଇଁ ଜର୍ମାନ ସରକାର ସେମାନଙ୍କୁ ନାଗରିକତ୍ୱ ପ୍ରଦାନ କରିବ ବୋଲି ଏକ ସତ୍ୟପାଠ ଯାଆଁଳା ପିଲାଦୁଇଟିର ପିତା ଜନ୍‌ ବ୍ଲାଡଙ୍କୁ ଦାଖଲ କରିବାକୁ ପଡ଼ିବ। ଏହାଛଡ଼ା ସେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କଲେଣି ନା କାହିଁ ତାହା ମଧ୍ୟ ଜଣାଇବା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟଙ୍କ ପାଇଁ ଚିନ୍ତାର ବିଷୟ ହେଉଛି ଉକ୍ତ ଶିଶୁଦ୍ୱୟଙ୍କ ପିତା ଭାରତୀୟ ପାସ୍‌ପୋର୍ଟ ଜରିଆରେ ସେମାନଙ୍କୁ ଜର୍ମାନ୍‌ ନେଇଯିବାକୁ ଚାହୁଁଛନ୍ତି। ଶିଶୁ ଦୁହିଁିଙ୍କର ଭାରତୀୟ ନାଗରିକତ୍ୱ ନିମନ୍ତେ ତାଙ୍କର କୌଣସି ଆଗ୍ରହ ନାହିଁ। ମାତ୍ର ଜଣେ ବିଦେଶୀ ନାଗରିକ ଜଣେ ଭାରତୀୟ ମହିଳାଙ୍କ ଗର୍ଭରୁ ଜନ୍ମିତ ଶିଶୁକୁ ବିଦେଶ ନେଇଯିବେ ଏହା କେତେଦୂର ଯୁକ୍ତିଯୁକ୍ତ। ସେମାନେ ଶିଶୁକୁ ପୋଷ୍ୟ ଭାବରେ ଗ୍ରହଣ କରୁନାହାନ୍ତି କାହିଁକି ? ଆଇନତଃ ପୋଷ୍ୟ ସନ୍ତାନ ଗ୍ରହଣ ଦ୍ୱାରା ଅତିକମ୍‌ରେ ଶିଶୁର ଭବିଷ୍ୟତ ସୁରକ୍ଷିତ ରହିବ। ଶିଶୁକୁ ଦେଶହୀନ କରି କିପରି ଛାଡ଼ିଦେଇ ହେବ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।
ଆଟର୍ର୍ନିି ଜେନେରାଲ ନୋଏଲ କିନ୍‌ଙ୍କୁ ସରୋଗେସୀ ଆଇନର ଜନକ ବୋଲି କୁହାଯାଇପାରେ। ଚିକିତ୍ସାବିତ୍‌ ୱାରେନ୍‌ ଜେ ରିଙ୍ଗଓଲ୍ଡଙ୍କ ସହ ମିଶି ସେ ଏହି ଆଇନର ରୂପରେଖ ପ୍ରସ୍ତୁତ କରିଥିଲେ। ୧୯୮୬ ରେ ସରୋଗେସୀ ଦ୍ୱାରା ଜନ୍ମ ହୋଇଥିବା ଶିଶୁକନ୍ୟା ମେଲିସା ଷ୍ଟର୍ନଙ୍କୁ ତାଙ୍କର ସରୋଗେଟ୍‌ ମା’ ମ୍ୟାରି ବେଥ୍‌ ହ୍ବାଇଟ୍‌ହେଡ ତାଙ୍କର ପ୍ରକୃତ ମାତାପିତା ୱିଲିୟମ ଷ୍ଟର୍ନ ଓ ଏଲିଜାବେଥ ଷ୍ଟର୍ନଙ୍କୁ ପ୍ରଦାନ ନ କରିବାକୁ ଆମେରିକାର ସରୋଗେସୀ ଆଇନ ପ୍ରଣୟନ ହୋଇଥିଲା। ପ୍ରାୟତଃ ଦେଶ ଯେଉଁ ମହିଳାଙ୍କ ଗର୍ଭରୁ ସନ୍ତାନ ଜନ୍ମ ହୁଏ ତାଙ୍କୁ ଉକ୍ତ ଶିଶୁର ମା’ ଭାବରେ ମାନନ୍ତି। ମାତ୍ର ଏବେ ଅନେକ ଦେଶରେ ସରୋଗେସୀ ଆଇନ ପ୍ରଣୟନ ହେଲାଣି। ଯେଉଁଠାରେ ଜନ୍ମଦାତ୍ରୀ ମା’ ଓ ପ୍ରକୃତ ମାତାପିତା ଗୋଟିଏ ଦେଶର ସେ ସ୍ଥାନରେ ଶିଶୁ ନିମନ୍ତେ ପ୍ରାୟ ଆଇନଗତ ପ୍ରତିବନ୍ଧକ ନ ଥାଏ। ମାତ୍ର ଯେତେବେଳେ ସେମାନେ ଭିନ୍ନ ଦେଶର ନାଗରିକ ସେତେବେଳେ ଶିଶୁର ନାଗରିକତ୍ୱ ନେଇ ପ୍ରଶ୍ନ ଉଠେ। ଭାରତରେ ସରୋଗେଟ୍‌ ଶିଶୁ ଜନ୍ମ ମାନବୀୟ ସମସ୍ୟା ସୃଷ୍ଟି ନ କରୁ କିମ୍ବା ଭାରତୀୟ ମହିଳାମାନଙ୍କୁ ଶୋଷଣ ନ କରୁ ସେଥିପାଇଁ ଭାରତୀୟ ଆଇନ କମିଶନ ଏକ ପ୍ରସ୍ତାବ ଦେଇଛନ୍ତି। ସେହି ଅନୁଯାୟୀ – ସରୋଗେଟ୍‌ ଶିଶୁ ପାଇଁ ଉଭୟ ପକ୍ଷ ମଧ୍ୟରେ ଉପଯୁକ୍ତ ଚୁକ୍ତି ରହିବା ଆବଶ୍ୟକ। ଗର୍ଭଧାରିଣୀ ମହିଳାଙ୍କର ସହମତି, ତାଙ୍କ ସ୍ବାମୀ ବା ପରିବାରର ସହମତି, ଗର୍ଭଧାରଣଠାରୁ ଶିଶୁ ଜନ୍ମ ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ପ୍ରଦାନ, ଜନ୍ମ ପରେ ଶିଶୁ ହସ୍ତାନ୍ତର ଆଦି ବିଷୟ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଆବଶ୍ୟକ। ଉକ୍ତ ଶିଶୁର ଜନ୍ମ ପୂର୍ବରୁ ମାତାପିତାଙ୍କର ମୃତ୍ୟୁ ଘଟିଲେ କିମ୍ବା ବିବାହ ବିଚ୍ଛେଦ ହେଲେ କିମ୍ବା ଶିଶୁ ଜନ୍ମ ପରେ ଉକ୍ତ ଶିଶୁକୁ ଦେବା ପାଇଁ ସେମାନେ ଅନାଗ୍ରହ ପ୍ରକାଶ କଲେ ଶିଶୁ ପାଇଁ ସ୍ବତନ୍ତ୍ର ଆର୍ଥିକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ଗର୍ଭଧାରିଣୀ ମା’ର ଜୀବନ ବୀମା କରାଇବା ଆବଶ୍ୟକ। ସରୋଗେଟ୍‌ ଶିଶୁ ପାଇଁ ଆଗ୍ରହୀ ଦମ୍ପତିଙ୍କ ମଧ୍ୟରୁ ଅତିକମ୍‌ରେ ଜଣେ ଗର୍ଭଧାରଣ ପାଇଁ ଶୁକ୍ରାଣୁ ବା ଗର୍ଭାଣୁ ଦାନ କରିବା ଆବଶ୍ୟକ। କାରଣ ରକ୍ତର ସମ୍ପର୍କ ବନ୍ଧନକୁ ଅଧିକ ମଜଭୁତ୍‌ କରେ ଏବଂ ଶିଶୁକୁ ଦୁର୍ବ୍ୟବହାରରୁ ରକ୍ଷା କରେ। ଆଇନ ବ୍ୟବସ୍ଥା ସରୋଗେଟ୍‌ ଶିଶୁକୁ ତା’ର ମାତାପିତାଙ୍କ ବୈଧ ସନ୍ତାନ ଭାବରେ ସ୍ବୀକୃତି ଦେବା ଆବଶ୍ୟକ। ସରୋଗେଟ୍‌ ଶିଶୁର ଜନ୍ମ ପ୍ରମାଣ ପତ୍ରରେ ସରୋଗେଟ୍‌ ମା’ ବଦଳରେ ପ୍ରକୃତ ମାତାପିତାଙ୍କ ନାମ ଉଲ୍ଲେଖ ରହିବା ଆବଶ୍ୟକ।
ଏହା ବ୍ୟତୀତ ଭାରତୀୟ ମହିଳାମାନଙ୍କୁ ସରୋଗେସୀ ନାମରେ ଶୋଷଣ କରାଯିବା ମଧ୍ୟ ଆଇନ କମିଶନଙ୍କୁ ବିବ୍ରତ କରିଛି। ଏହା ବ୍ୟତୀତ ସରୋଗେସୀକୁ ବ୍ୟବସାୟିକ ରୂପ ଦେବା ମଧ୍ୟ ଏକ ସମସ୍ୟା ରୂପେ ଉଭାହୋଇଛି। ଏହାଦ୍ୱାରା କେତେକ କ୍ଲିନିକ୍‌ ନିର୍ଦ୍ଦିଷ୍ଟ ମହିଳାଙ୍କୁ ବାରମ୍ବାର ଗର୍ଭଧାରଣ ନିମନ୍ତେ ପ୍ରବର୍ତ୍ତାଉଛନ୍ତି। ପ୍ରତି ୪୮ ଘଣ୍ଟାରେ ଜଣେ ବ୍ରିଟିଶ୍‌ ଦମ୍ପତିଙ୍କର ସରୋଗେଟ୍‌ ଶିଶୁ ଭାରତରେ ଜନ୍ମ ଗ୍ରହଣ କରୁଥିବା ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଏ ସବୁର ନିରାକରଣ ନିମନ୍ତେ ଆସିଷ୍ଟେଡ ରିପ୍ରଡ୍‌କ୍ଟିଭ ଟେକ୍ନୋଲୋଜି ବିଲ୍‌ ପ୍ରଣୟନ କରାଯାଇ ଭାରତରେ ସରୋଗେଟ୍‌ ଶିଶୁ ଜନ୍ମକୁ ଉପଯୁକ୍ତ ଭାବରେ ନିୟନ୍ତ୍ରଣ କରାଯିବା ନିମନ୍ତେ ପ୍ରସ୍ତାବ ରଖାଯାଇଛି।
ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ
ମୋ:୯୮୬୧୪୬୩୪୦୬


Enter your email to get our daily news in your inbox.

All Right Reserved By Dharitri.Com

ଅଲୋଡ଼ା ଶିଶୁଙ୍କ ପ୍ରଶ୍ନ

ଷ୍ଟାଙ୍କ ସୃଷ୍ଟିରେ ଶିଶୁଟିଏ ବୋଧହୁଏ ବିଶ୍ୱର ସୁନ୍ଦରତମ ସୃଜନ। ଶିଶୁଟିଏ ଈଶ୍ୱରୀୟ ଆତ୍ମାର ଅମର ଅବତାର। ତା’ର ଜନ୍ମଦାତ୍ରୀ ଜନନୀ ପାଇଁ ଶିଶୁ ସନ୍ତାନଟିଏ ସବୁକାଳରେ...

ଭୋଗିବାକୁ ବାଧ୍ୟ

ଅନ୍ତର୍ଜାତୀୟ ନିୟମ-ଆଧାରିତ ବ୍ୟବସ୍ଥା ହେଉଛି ବାସ୍ତବରେ ଜଙ୍ଗଲୀ ଶାସନ ପାଇଁ ବ୍ୟବହୃତ ଏକ ବକ୍ରୋକ୍ତି ଏବଂ ଏହା ହିଁ ବୈଶ୍ୱିକ କ୍ଷମତା ରାଜନୀତିର ସଂଜ୍ଞା ନିରୂପଣକରେ।...

ଅବୁଝା ସମବାୟ ଆଇନ

୧୯୯୦ରୁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଚୌଧୁରୀ ବ୍ରହ୍ମପ୍ରକାଶ କମିଟି, ଜଗଦୀଶ କପୁର କମିଟି, ଭି.କେ. ପାଟିଲ୍‌ କମିଟି, ଭି.ଏସ୍‌. ବ୍ୟାସ କମିଟି...

ଖାଦ୍ୟ ନଷ୍ଟ ଏକ ଅପରାଧ

ବିଶ୍ୱ କ୍ଷୁଧା ସୂଚକାଙ୍କରେ (ଜିଏଚ୍‌ଆଇ) ୨୦୨୪ରେ ସ୍ଥାନ ପାଇଥିବା ୧୨୭ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୫ରେ ରହିଛି। ଅର୍ଥାତ କ୍ଷୁଧା ଦୂର କରିବାରେ ୧୦୪ଟି...

ଅନିଶ୍ଚୟତାରେ ଅଧିକାରୀ

ନିକଟରେ ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ମଧ୍ୟରେ କ୍ୟାଡର୍‌ ପୁନଃ ଆବଣ୍ଟନକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶନାମାକୁ ନେଇ ଆଇଏଏସ୍‌ ଏବଂ ଆଇପିଏସ୍‌...

କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ...

ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି...

ଜଳ ବଜାରରେ ପକ୍ଷପାତିତା

ନିକଟରେ ଗ୍ଲୋବାଲ କମିଶନ ଅନ୍‌ ଇକୋନୋମିକ୍ସ ଅଫ୍‌ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri