ବ୍ଲକ ଘେରାଉ କରି ଭାଜପାର ବିକ୍ଷୋଭ

ପାଟଣା,୯।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଭାଜପା ପକ୍ଷରୁ ଶୁକ୍ରବାର ବ୍ଲକ ଘେରାଉ କରାଯାଇଛି। ରାଜ୍ୟ ବିଜେଡି ସରକାର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କରିଥିବା ମହାଦୁର୍ନୀତି ବିରୋଧରେ ଏହି ଘେରାଉ ହୋଇଛି। ଭାଜପାର ଶତାଧିକ କର୍ମୀ ଓ ନେତାମାନେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ବିଫଳତା ବିରୋଧରେ ନାରା ଦେଇଥିଲେ। ବ୍ଲକ କାର୍ଯ୍ୟାଳୟ ପରିସରରେ ପୂର୍ବତନ ପାଟଣା ମଣ୍ଡଳ ଭାଜପା ସଭାପତି ପ୍ରହ୍ଲାଦ ଓଆଲେଙ୍କ ସଂଯୋଜନାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏଥିରେ ଭାଜପା ପାଟଣା ମଣ୍ଡଳ ସଭାପତି ଅଭୟ କୁମାର ବେହେରା, ପୂର୍ବତନ ପାଟଣା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହ ବିଡିଓ ଈଶ୍ୱର ଚନ୍ଦ୍ର ନାଏକଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

Share