Categories: ଜାତୀୟ

ବିହାରରେ ୭% ଲୋକ ଗ୍ରାଜୁଏଟ, ଏକ ଚର୍ତୁଥାଶଂ ଲୋକ ୫ମ ଫେଲ୍‌ : ସର୍ଭେ

ନୂଆଦିଲ୍ଲୀ,୭।୧୧: ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ଜାତିଗତ ଜନଗଣନାର ଅର୍ଥନେୈତିକ ଓ ଶିକ୍ଷାଗତ ରିପୋର୍ଟ ସାମ୍ନାକୁ ଆସିଛି। ମଙ୍ଗଳବାର ଗୃହରେ ଉପସ୍ଥାପିତ ରିପୋର୍ଟରେ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ବିହାରରେ ମାତ୍ର ୭% ଲୋକ ଗ୍ରାଜୁଏଟ ଅଛନ୍ତି। ସେହିଭଳି ୯.୧୯% ଲୋକ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ପ୍ରାପ୍ତ କରିଛନ୍ତି। ବିହାରରେ ୨୨.୬୭% ଲୋକ ପ୍ରଥମରୁ ପଞ୍ଚମ ଯାଏଁ ପଢିଛନ୍ତି। ୧୪.୩୩% ଲୋକ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଓ ୧୪.୭୧% ଲୋକ ନବମରୁ ଦଶମ ପର୍ଯ୍ୟନ୍ତ ପଢିଛନ୍ତି। ଏହିକ୍ରମେ ୯.୧୯ % ଲୋକ ଏକାଦଶରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି।

Share