ପୁରୀ ଅଫିସ୍,୨୪।୫: ଏମାର ମଠର ଖନନ ସ୍ଥଳରେ ମଙ୍ଗଳବାର ଜିପିଆରଏସ୍ ସର୍ଭେ କରାଯାଇଛି। ଗୁଜୁରାଟ ଆଇଆଇଟି ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଉଛି। ଏଥିସହିତ ଏମାର ମଠ ଜାଗାରେ ମଧ୍ୟ ସର୍ଭେ କରୁଥିବା ଦେଖିବାକୁ ମିଳିଛି।
ଯେଉଁ ମେଶିିନ ଜରିଆରେ ସର୍ଭେ କରାଯାଉଥିଲା ତାହା ଜିପିଆରଏସ୍ ମେଶିନ ବୋଲି ଜଣାପଡିଛି। ଓବିସିସି ଚିଠି କ୍ରମେ ଗୁଜୁରାଟ ଆଇଆଇଟି ସଂସ୍ଥା ପକ୍ଷରୁ ଏହି ସର୍ଭେ କରାଯାଉଥିବା ଜଣେ ଅଧିକାରୀ କହିଛନ୍ତି। ଓବିସିସି ଗୁଜୁରାଟ ଆଇଆଇଟିକୁ ୪ ଦିନ ଭିତରେ ଏହି ସର୍ଭେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ି ସର୍ଭେ ରିପୋର୍ଟ ଖୁବଶୀଘ୍ର ଓବିସିସିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।