Categories: ଜାତୀୟ

ବୁଲେଟ୍ ଫ୍ରୁଫ୍ ଗାଡି ଯୋଗୁ ବଞ୍ଚିଗଲି: ନଡ୍ଡା

କୋଲକାତା,୧୦ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପଶ୍ଚିମ ବଙ୍ଗ ଗସ୍ତର ଶେଷ ଦିନରେ ତାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ଏହାପରେ ସେ ଦକ୍ଷିଣ ୨୪ ପ୍ରଗଣାରେ ଏକ ସଭାକୁ ସମ୍ବୋଧିତ କରିଥିଲେ । ସେଠାରେ ସେ କହିଥିଲେ ଏଠାକୁ ଆସିବା ପୂର୍ବରୁ ମୋ ସହ ଯେଉଁ ଘଟଣା ଘଟିଲା ଏଥିରୁ ସ୍ପଷ୍ଟ ହୋଇଛି ସେ ପଶ୍ଚିମବଙ୍ଗରେ ଅରାଜକତା ଓ ଅସହିଷ୍ଣୁତା କେଉଁ ପରିମାଣରେ ବୃଦ୍ଧି ପାଇଛି । ଆଉ ମୁଁ ଆଜି ଏଇଥିପାଇଁ ଜୀବିତ ଅଛି ଯେ ମୋ ନିକଟରେ ବୁଲେଟ୍ ପ୍ରୁଫ୍ ଗାଡି ରହିଥିଲା । ସୂଚନାଯୋଗ୍ୟ, ଗୁରୁବାର ସକାରେ ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବରରେ ନଡ୍ଡାଙ୍କ ଉପରେ ଆକ୍ରମଣ କରାଯାଇଥିଲା । ତାଙ୍କର ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଲୋକେ ତାଙ୍କ ରାଲିକୁ ଡାଇମଣ୍ଡ ହାର୍ବରରେ ଅଟକାଇବାକୁ ଚେଷ୍ଟା କରିବା ସହ ପଥରମାଡ କରିଥିଲେ । ଆଉ ଦକ୍ଷିଣ ୨୪ ପ୍ରଗଣାରେ ପହଞ୍ଚିବା ପରେ ସେ କହିଥିଲେ ମା’ ଦୁର୍ଗାଙ୍କ ଆଶୀର୍ବାଦ ଯୋଗୁ ମୁଁ ଆଜି ଏଇଠି ପହଞ୍ଚିପାରିଛି ।

Share