ବଞ୍ଚିଛି ମାନବିକତା: ମା’-ବାପା ଛେଉଣ୍ଡ ୩ ପିଲାଙ୍କୁ ସହାୟତାର ହାତ ବଢ଼ାଇଲେ…

ଛତ୍ରପୁର,୧୫।୮(ଡି.ଏନ୍‌.ଏ.): ଏବେ ବି ବଞ୍ଚିଛି ମାନବିକତା। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ସୁନ୍ଦରପୁର ଗାଁରେ। ମା’-ବାପା ଛେଉଣ୍ଡ ୩ ଅସହାୟ ପିଲାଙ୍କୁ ଛତ୍ରପୁର ଶକ୍ତି ଏଜୁକେଶନ ଆଣ୍ଡ୍‌ ଚାରିଟେବୁଲ ଟ୍ରଷ୍ଟ ପରିଚାଳିତ ୟୁରୋ କିଡ୍‌ସ ସ୍କୁଲ ସହଯୋଗର ହାତ ବଢାଇଛି। ସ୍କୁଲର ପରିଚାଳକ ନିର୍ଦ୍ଦେଶକ ପି.ଅନିଲ କୁମାର ରେଡ୍ଡି ଓ ଭଗବାନ ସ୍ବାଇଁ ସୁନ୍ଦରପୁର ଗାଁକୁ ଯାଇ ସ୍ବର୍ଗତ କାଳିଆ ମହାଙ୍କୁଡ ଓ କୁନୁ ମହାଙ୍କୁଡଙ୍କ ଅସହାୟ ୩ ପିଲାଙ୍କୁ ଭେଟି ୩୦ ହଜାର ଟଙ୍କା ଓ କିଛି ରାସନ ସାମଗ୍ରୀ ପ୍ରଦାନ କରିଥିବା ଜଣାପଡ଼ିଛି।
ପ୍ରକାଶ ଯେ, ୫ ବର୍ଷ ପୂର୍ବେ କାଳିଆ ମହାଙ୍କୁଡଙ୍କର କ୍ୟାନ୍‌ସର ରୋଗରେ ମୃତ୍ୟୁ ଘଟିଥିଲା। ଏହାର କିଛିଦିନ ପୂର୍ବେ କାଳିଆଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା।

Share