ଅହମ୍ମଦାବାଦ,୧୮।୩: ସୂର୍ଯ୍ୟକୁମାର ଯାଦବ ଫୁଲ ସ୍ବାଗ୍ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍ର ଦ୍ବିତୀୟ ମ୍ୟାଚ୍ରେ ସେ ପଦାର୍ପଣ କରିଥିଲେ। କିନ୍ତୁ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳି ନ ଥିଲା। ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ କ୍ୟାରିୟରରେ ପ୍ରଥମ ଥର ବ୍ୟାଟିଂ କରିବାକୁ ପାଇଥିଲେ ସୁଯୋଗ। ଆଉ କ୍ୟାରିୟରର ପ୍ରଥମ ବଲରେ ହିଁ ସେ ଛକା ମାରିଥିଲେ। ଏଥିସହ ଅନ୍ତର୍ଜାତୀୟ ଟି୨୦ରେ ପ୍ରଥମ ବଲରେ ଛକା ମାରିଥିବା ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି ସୁର୍ଯ୍ୟକୁମାର। ତାଙ୍କ ବ୍ୟତୀତ ଏହି କ୍ଲବରେ କମରାନ ଆକମଲ, କରିମ ସାଦିକ, ଡ୍ବେନ ସ୍ମିଥ (ଦୁଇ ଥର), ମାର୍ଟିନ ଗୁପଟିଲ, କଲିନ ମୁନ୍ରୋ, ହାଜାରାତୁଲା ଜାଜାଇ ଓ ରୋହିତ ଶର୍ମା ରହିଛନ୍ତି।