ପୁରୁଷୋତ୍ତମପୁର,୨୧/୧(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମାର ଅଧ୍ୟକ୍ଷ ପଦବୀ ଲାଗି ନିର୍ବାଚନ ଶନିବାର କୃଷି ବିଭାଗିୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ନିର୍ଦ୍ବନ୍ଦ ରେ ନିର୍ବାଚିତ ହୋଇଛନ୍ତି।
ଏହି ନିର୍ବାଚନ ବେଳେ ସମୁଦାୟ ୨୦ ଜଣ ସଦସ୍ୟଙ୍କ ମଧ୍ୟରୁ ୧୭ ଜଣ ଉପସ୍ଥିତ ଥିବା ବେଳେ ସୂର୍ଯ୍ୟ ନାରାୟଣ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଫଳରେ ନିର୍ବାଚନ ଅଧିକାରୀ ଭାବେ ରହିଥିବା ଅତିରିକ୍ତ ବିଡିଓ ନିରାକାର ଯେନା ଅଧ୍ୟକ୍ଷ ଭାବେ ଘୋଷଣା କରିଥିଲେ। ଏହି ବ୍ଲକଟି ଦୁଇ ଗୋଟି ନିର୍ବାଚନ ମଣ୍ଡଳୀରେ ରହିଛି।
ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଓ କବିସୂର୍ୟ୍ଯନଗର ବିଧାୟିକା ଲତିକା ପ୍ରଧାନଙ୍କ ସହମତିରେ ସୂର୍ଯ୍ୟ ନାରାୟଣ ପଣ୍ଡା ନିର୍ବାଚିତ ହୋଇଛନ୍ତି। ଖଲ୍ଲିକୋଟ ବିଧାୟିକାଙ୍କ ପ୍ରତିନିଧି ତଥା ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ସୁଭ୍ରାଶୁଂ ଶେଖର ସାବତ ଉପସ୍ଥିତ ରହି ଗୋଟି ଚାଳନା ଯୋଗୁଁ ବିରୋଧି ଭାବେ କେହିହେଲେ ପ୍ରାଥି ଲାଗି ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ ।
ଏହି ନିର୍ବାଚନକୁ ବ୍ଳକ କୃଷି ଅଧିକାରୀ ଡଃ ପ୍ରମୋଦ କୁମାର ମହାପାତ୍ର, ସହକାରୀ କୃଷି ଅଧିକାରୀ ଦେବାଶିଷ ବିନ୍ଧାଣୀ, ପଶୁଚିକିତ୍ସା ଅଧିକାରୀ ଡା ମନୋଜ କୁମାର ଶତପଥୀ, ମସ୍ଯବିଭାଗିୟ ଅଧିକାରୀ ଫ୍ଳୋରା ମହାନ୍ତିଙ୍କ ସମେତ ଉଦ୍ଯାନ ଓ ମୃତିକା ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ନିର୍ବାଚନକୁ ପରିଚାଳନାକରିଥିଲେ।