ଗାଁ ଶ୍ମଶାନରେ ସୂର୍ଯ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୩ା୯(ଅଶେଷନାଥ ମିଶ୍ର): ପୂର୍ବତନ ବାଚସ୍ପତି ତଥା ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶେଷକୃତ୍ୟ ତାଙ୍କ ଗାଁ ଶ୍ମଶାନ ତଥା ଗଞ୍ଜାମ ଜିଲାର ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ସୂର୍ଯ୍ୟଙ୍କୁ ତାଙ୍କ ବଡ଼ପୁଅ ବିପ୍ଳବ ମୁଖାଗ୍ନି ଦେଇଥିଲେ। ଶହଶହ ଲୋକ ଗାଁ ଶ୍ମଶାନରେ ଏକାଠି ହୋଇ ଲୁହ ଭରା ଆଖିରେ ସୂର୍ଯ୍ୟଙ୍କୁ ଅନ୍ତିମ ବିଦାୟ ଜଣାଇଥିଲେ।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟାରେ ସୂର୍ଯ୍ୟଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଥିଲା। ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ସୂର୍ଯ୍ୟ ଦୀର୍ଘମାସ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ।

Share