Categories: ଖେଳ

ସୂର୍ଯ୍ୟକାନ୍ତଙ୍କ ଶତକ, ତାପସ, ଅଙ୍କିତକାରଙ୍କୁ ୫ ଉଇକେଟ

ଭୁବନେଶ୍ୱର,୧୯ା୫(ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଆୟୋଜିତ ଆନ୍ତଃଜିଲା କଳାହାଣ୍ଡି କପ୍‌ କ୍ରିକେଟରେ ଗୁରୁବାର ଇକୋର୍ସା, କଟକ ‘ଏ’, ଅବଶିଷ୍ଟ ଓଡ଼ିଶା ‘ଡି’ ଓ ଅବଶିଷ୍ଟ ଓଡିଶା ‘ବି’ ବିଜୟୀ ହୋଇଛନ୍ତି। ଇକୋର୍ସା ପକ୍ଷରୁ ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ ଶତକ ହାସଲ କରିଥିବା ବେଳେ ଅବଶିଷ୍ଟ ଓଡ଼ିଶା ‘ଡି’ ଦଳର ଅଙ୍କିତକାର ଜୟସ୍ବାଲ ଓ କଟକ ‘ଏ’ର ତାପସ ଦାସଙ୍କୁ ୫ ଉଇକେଟ ସଫଳତା ମିଳିଛି।
ରେଭେନ୍ସା ଗ୍ରାଉଣ୍ଡ-୧: ରେଭେନ୍ସା ଗ୍ରାଉଣ୍ଡ-୧ରେ ଅନୁଷ୍ଠିତ ମ୍ୟାଚରେ ଇକୋର୍ସା ୨୧୩ ରନ୍‌ର ବିଶାଳ ବ୍ୟବଧାନରେ ଅବଶିଷ୍ଟ ଓଡ଼ିଶା‘ସି’କୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇକୋର୍ସା ସୂର୍ଯ୍ୟକାନ୍ତଙ୍କ ଧୂଆଁଧାର ୧୪୦* ରନ୍‌ ବଳରେ ୫୦ ଓଭରରେ ୭ ଉଇକେଟରେ ୩୩୦ ରନ୍‌ କରିଥିଲା। ଜବାବରେ ଅବଶିଷ୍ଟ ଓଡ଼ିଶା ୩୫.୪ ଓଭରରେ ୧୧୭ ରନ୍‌ରେ ଅଲଆଉଟ ହୋଇଥିଲା। ଇକୋର୍ସା ପକ୍ଷରୁ ଜୟନ୍ତ ବେହେରା ୪ ଓ ଆଲୋକ ମଙ୍ଗରାଜ ୨ ଉଇକେଟ ନେଇଥିଲେ।
ସନ୍‌ସାଇନ୍‌ ଗ୍ରାଉଣ୍ଡ-୧: ଏଠାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଅବଶିଷ୍ଟ ଓଡ଼ିଶା ‘ଏି’କୁ ୭ ଉଇକେଟରେ ପରାସ୍ତ କରିଛି କଟକ ‘ଏ’। ପ୍ରଥମେ ବ୍ୟାଟିଂ କରି ଅବଶିଷ୍ଟ ଓଡ଼ିଶା ମାତ୍ର ୮୬ ରନ୍‌ରେ ଅଲଆଉଟ ହୋଇଥିଲା। କଟକ ପକ୍ଷରୁ ତାପସ ଦାନ ୧୧ ରନ୍‌ ବ୍ୟୟରେ ୬ ଉଇକେଟ ନେଇଥିଲେ। ଜବାବରେ ୧୫.୧ ଓଭରରେ କଟକ‘ଏ’ ୩ ଉଇକେଟ ହରାଇ ୮୭ ରନ୍‌ କରିଥିଲା।
ଏମ୍‌ଜିଏମ୍‌ ଗ୍ରାଉଣ୍ଡ: ଏଠାରେ ଖେଳା ଯାଇଥିବା ମ୍ୟାଚ୍‌ରେ ଭୁବନେଶ୍ୱର ଏ କୁ ୭୩ ରନ୍‌ରେହରାଇଛି ଅବଶିଷ୍ଟ ଓଡ଼ିଶା ‘ଡି’। ପ୍ରଥମେ ବ୍ୟାଟିଂ କରି କିଶାନ୍‌ ରାଠାଙ୍କ ୬୪ ଓ ଦେବେନ୍ଦ୍ରଙ୍କ ୬୪ ରନ୍‌ ବଳରେ ଅବଶିଷ୍ଟ ଓଡ଼ିଶା ୪୯ ଓଭରରେ ୫ ଉଇକେଟ ହରାଇ ୨୩୯ ରନ୍‌ କରିଥିଲା। ଜବାବରେ ଭୁବନେଶ୍ୱର ଏ ଦଳ ୪୩.୩ ଓଭରରେ ୧୬୬ ରନରେ ଅଲଆଉଟ ହୋଇଥିଲା। ବିଶ୍ୱବିଜୟୀ ମୁଦୁଲି ୪୮ ରନ୍‌ କରିଥିବା ବେଳେ ଅଙ୍କିତକାର ଜୟସ୍ବାଲ ୩୨ ରନ୍‌ରେ ୫ ଉଇକେଟ ନେଇଥିଲେ।
ଡ୍ରିମ୍ସ ଷ୍ଟାଡିୟମ: ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚରେ ଅବଶିଷ୍ଟ ଓଡ଼ିଶା ‘ବି’ ୮ ଉଇକେଟରେ ଝାରସୁଗୁଡାକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଝାରସୁଗୁଡା ରାଜ ପଟେଲଙ୍କ ୪୨ ଓ ଧନଞ୍ଜୟ ଯାଦବଙ୍କ ୩୫ ରନ୍‌ ବଳରେ ୫୦ ଓଭରରେ ୧୮୨ ରନ୍‌ରେ ଅଲଆଉଟ ହୋଇଥିଲା। ଜବାବରେ ଅବଶିଷ୍ଟ ଓଡ଼ିଶା ୪୧.୫ ଓଭରରେ ୨ ଉଇକେଟ ହରାଇ ୧୮୪ ରନ୍‌ କରିଥିଲା। ଦଳ ପକ୍ଷରୁ ସୁଧାଂଶୁ ୬୦ ଓ ଅଂଶୁମାନ ୫୮ ରନ୍‌ ସ୍କୋର କରିଥିଲେ।

Share