Categories: ଖେଳ

ଲଜ୍ଜାଜନକ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର

ଚେନ୍ନାଇ,୨୩।୩: ଭାରତୀୟ କ୍ରିକେଟ ଦଳର ଟି-୨୦ ତାରକା ସୂର୍ଯ୍ୟକୁମାର ଯାଦବ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ସୁପରଫ୍ଲପ୍‌ ହୋଇଛନ୍ତି। ସେ ୩ ମ୍ୟାଚ ବିଶିଷ୍ଟ ସିରିଜର କୌଣସି ମ୍ୟାଚରେ ଆକାଉଣ୍ଟ ଖୋଲିପାରି ନ ଥିଲେ। ପ୍ରଥମ ବଲରେ ଆଉଟ୍‌ ହେବା ପରେ ତାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡା ଯାଇଛି। ସୂର୍ଯ୍ୟକୁମାରଙ୍କ ପୂର୍ବରୁ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ କ୍ରମାଗତ ଗୋଟିଏ ସରିଜ୍‌ର ତିନିଟି ମ୍ୟାଚ୍‌ରେ ଖାତା ନ ଖୋଲି ଆଉଟ୍‌ ହୋଇଥିଲେ।
ଆଇସିସି ବିଶ୍ୱକପ ପୂର୍ବରୁ ସମ୍ଭାବ୍ୟ ଦଳରେ ସ୍ଥାନ ପାଇବା ପାଇଁ ଏଠାରୁ ପ୍ରତ୍ୟେକ ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ଟି-୨୦ରେ ଜବରଦସ୍ତ ବ୍ୟାଟିଂ କରୁଥିବା ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ସୁଯୋଗ ହାତଛଡ଼ା କରିଛନ୍ତି। ଶ୍ରେୟସ ଆୟରଙ୍କ ଆଘାତ ହେତୁ ତାଙ୍କୁ ଶ୍ରେଷ୍ଠ ଏକାଦଶରେ ସ୍ଥାନ ଦିଆଯାଇଥିଲା। ଲଗାତାର ତିନୋଟି ମ୍ୟାଚରେ ସୂର୍ଯ୍ୟକୁମାର ଖାତା ନ ଖୋଲିପାରି ସୁଯୋଗ ହାତଛଡ଼ା କରିଥିଲେ।
ଭାରତୀୟ ଖେଳାଳିଙ୍କ ମଧ୍ୟରେ, ସଚିନ ତେନ୍ଦୁଲକରଙ୍କ ନାମରେ ୧୯୯୪ରେ କ୍ରମାଗତ ତିନିଥର ଶୂନରେ ଆଉଟ୍‌ ହୋଇଥିଲେ। ଅନ୍ୟ ପଟେ ଅନିଲ କୁମ୍ବଲେ (୧୯୯୬), ଜାହିର ଖାନ (୨୦୦୩), ଇଶାନ୍ତ ଶର୍ମା (୨୦୧୧), ଜସପ୍ରୀତ ବୁମ୍‌ରା (୨୦୧୭), ବର୍ତ୍ତମାନ ସୂର୍ଯ୍ୟକୁମାର ଯାଦବ (୨୦୨୩) ମଧ୍ୟ ତିନିଥର ଦିନିକିଆରେ ଆଉଟ୍‌ ହୋଇଥିଲେ। ଉଲ୍ଲେଖଥାଉ କି, ସୂର୍ଯ୍ୟ ହେଉଛନ୍ତି ପ୍ରଥମ ଭାରତୀୟ ଯିଏକି ଗୋଟିଏ ସିରିଜରେ ଏହି ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି।

Share