Categories: ଖେଳ

ଲଜ୍ଜାଜନକ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର

ବିଶାଖାପାଟଣା,୧୯।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ବିଶାଖାପାଟଣାରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଛି।
ଏହି ମ୍ୟାଚ୍‌ରେ ଭାରତୀୟ ଦଳର ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ତାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଦୁଇଥର ‘ଶୂନ’ରେ ଆଉଟ୍‌ ହୋଇଥିବା ସୂର୍ଯ୍ୟକୁମାର ଯାଦବ ପଞ୍ଚମ ଭାରତୀୟ ଖେଳାଳି ହୋଇଛନ୍ତି। ଏହି ମ୍ୟାଚ୍‌ରେ ସୁର୍ଯ୍ୟକୁମାର ଯାଦବ ମିଚେଲ ଷ୍ଟାର୍କଙ୍କ ପ୍ରଥମ ବଲରେ ଆଉଟ୍‌ ହୋଇଥିଲେ। ଏଥିସହିତ ମୁମ୍ବାଇ ଏକଦିବସୀୟ ମ୍ୟାଚରେ ମଧ୍ୟ ସୂର୍ଯ୍ୟକୁମାର ଯାଦବ ତାଙ୍କ ଆକାଉଣ୍ଟ ଖୋଲିପାରି ନ ଥିଲେ।
ଅଷ୍ଟ୍ରେଲିଆ ବିପକ୍ଷ ଏକ ଦିନିକିଆ ସିରିଜରେ ଦୁଇଥର ‘ଶୂନ’ରେ ଆଉଟ୍‌ ହୋଇଥିବା ରାହୁଲ ଦ୍ରାବିଡ ହେଉଛନ୍ତି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ। ଏହି ଲଜ୍ଜାଜନକ ରେକର୍ଡ ୨୦୦୭ରେ ଭାରତୀୟ ଦଳର ବର୍ତ୍ତମାନର କୋଚଙ୍କ ନାମରେ ରେକର୍ଡ କରାଯାଇଥିଲା। ଏଥି ସହିତ ଅଷ୍ଟ୍ରେଲିଆ ବିପକ୍ଷ ଏହି ସିରିଜରେ ସୌରଭ ଗାଙ୍ଗୁଲି ମଧ୍ୟ ଖାତା ନ ଖୋଲି ଦୁଇଥର ପାଭିଲିୟନକୁ ଫେରିଥିଲେ। ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂଙ୍କ ୨୦୦୯ରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଥର ଆଉଟ୍‌ ହୋଇଥିଲେ। ଏହା ବ୍ୟତୀତ ଯୁବରାଜ ସିଂଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଯୁବରାଜ ସିଂ ଦିନିକିଆ ସିରିଜରେ କୌଣସି ରନ ସ୍କୋର ନ କରି ଦୁଇଥର ପାଭିଲିୟନକୁ ଫେରିଥିଲେ।

Share