Categories: ଖେଳ

ବଡ଼ କୀର୍ତ୍ତିମାନ ହାସଲ କଲେ ସୂର୍ଯ୍ୟକୁମାର

ନୂଆଦିଲ୍ଲୀ,୨୩।୧୧: ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କ ଦବ୍‌ଦବା ଜାରି ରହିଛି। ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ସେ ମଧ୍ୟ ପ୍ରଥମ ସ୍ଥାନରେ ରହିଛନ୍ତି। ଟି-୨୦ ବିଶ୍ୱକପରେ ୨୩୯ ରନ ସ୍କୋର କରିଥିବା ସୂର୍ଯ୍ୟକୁମାର ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ୧୨୪ ରନ ସ୍କୋର କରିଥିଲେ। ଏବେ ସେ ଟି-୨୦ କ୍ୟାରିୟରର ଶ୍ରେଷ୍ଠ ୮୯୫ ଅଙ୍କ ହାସଲ କରିଛନ୍ତି।
ବର୍ତ୍ତମାନ ୮୯୫ ଅଙ୍କ ସହ ସୂର୍ଯ୍ୟକୁମାର ଯାଦବ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ସେ ଦ୍ୱିତୀୟ ସ୍ଥାନରେ ଥିବା ମହମ୍ମଦ ରିଜୱାନଙ୍କ ଠାରୁ ୫୪ ପଏଣ୍ଟ ଆଗରେ ଅଛନ୍ତି। ରିଜଓ୍ବାନଙ୍କର ୮୩୬ ପଏଣ୍ଟ ରହିଛି। ନ୍ୟୁଜିଲାଣ୍ଡର ଡିଭନ କନୱେ ଚମତ୍କାର ବ୍ୟାଟିଂ କରି ବାବର ଆଜାମଙ୍କୁ ପଛରେ ପକାଇ ଟି-୨୦ ର଼୍ୟାଙ୍କିଙ୍ଗର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। କନୱେ ୭୮୮ ପଏଣ୍ଟ ଅଛି। ଏଥି ସହିତ ଚତୁର୍ଥ ସ୍ଥାନରେ ଥିବା ବାବରଙ୍କର ୭୭୮ ପଏଣ୍ଟ ରହିଛି।

Share