Categories: ଖେଳ

ଭାବପ୍ରବଣ ହେଲେ ସୂର୍ଯ୍ୟକୁମାର

ମୁମ୍ବାଇ,୨୯।୧୨: ଚଳିତ ବର୍ଷ ଟି-୨୦ରେ ଭାରତ ପାଇଁ ଚମତ୍କାର କରିଥିବା ସୂର୍ଯ୍ୟକୁମାର ଯାଦବ ଆଇସିସି ର଼୍ୟାଙ୍କିଙ୍ଗରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି। ବର୍ତ୍ତମାନ ସେ ଏକ ନୂତନ ଦାୟିତ୍ୱ ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ଦଳର ଉପ-ଅଧିନାୟକ କରାଯାଇଛି। ପ୍ରଥମ ଥର ପାଇଁ ସୂର୍ଯ୍ୟକୁମାରଙ୍କୁ ଏପରି ଦାୟିତ୍ୱ ଦିଆଯାଇଛି। ଏହା ସହିତ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଭାରତର ଭବିଷ୍ୟତ ଅଧିନାୟକ ହେବାକୁ ଦୌଡ଼ରେ ଯୋଗ ଦେଇଛନ୍ତି।
ଶ୍ରୀଲଙ୍କା ବିପକ୍ଷ ସିରିଜରେ ଉପ-ଅଧିନାୟକ ହେବାପରେ ସୂର୍ଯ୍ୟକୁମାର କହିଛନ୍ତି, ଏହା ଏକ ସ୍ବପ୍ନ ଭଳି। କୌଣସି ଚାପ ନ ନେଇ ନିଜର ସ୍ବାଭାବିକ ଖେଳ ଖେଳିବା ଜାରି ରଖିବି। ଚଳିତ ବର୍ଷ ମୁଁ ଯେଉଁଭଳି ଖେଳିଛି ତାହା ମୋ ପାଇଁ ଏକ ପ୍ରକାର ପୁରସ୍କାର। ମୋ ବାପାଙ୍କଠାରୁ ଏହି ଖବର ଜାଣିବାକୁ ପାଇଥିଲି।

Share