Categories: ଖେଳ

ନୂଆ ବର୍ଷ ପୂର୍ବରୁ ହାର୍ଦ୍ଦିକ- ସୂର୍ଯ୍ୟକୁମାରଙ୍କୁ ବଡ଼ ଭେଟି, ଦୁହିଁଙ୍କ ବମ୍ପର ପ୍ରମୋଶନ…

ନୂଆଦିଲ୍ଲୀ,୨୮।୧୨: ନୂଆ ବର୍ଷ ଆସିବାକୁ ଆଉ ଦିନ କେଇଟା ବାକି। ହେଲେ ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବଙ୍କୁ ବଡ଼ ଉପହାର ମିଳିଛି। ଜାନୁୟାରୀ ପ୍ରଥମ ସପ୍ତାହରୁ ଆରମ୍ଭ ହେବାକୁ ଯାଉଥିବା ଶ୍ରୀଲଙ୍କା ସିରିଜ ଲାଗି ଉଭୟ ଖେଳାଳିଙ୍କ ପ୍ରମୋଶନ ହୋଇଛି।

ହାର୍ଦ୍ଦିକଙ୍କୁ ଟି୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ମିଳିଛି। ସେହିଭଳି ସୂର୍ଯ୍ୟକୁମାର ଏହି ସିରିଜରେ ଉପଅଧିନାୟକ ହେବେ। ଏମିତିରେ ଦୁହିଁଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିବ।

ଅଧିନାୟକ ଭାବେ ପାଣ୍ଡ୍ୟାଙ୍କ ରେକର୍ଡ ଶତ ପ୍ରତିଶତ ରହିଛି। କାରଣ ଏଯାବତ ସେ ୫ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଅଧିନାୟକ ହୋଇଛନ୍ତି। ୪ ମ୍ୟାଚ୍‌ରେ ଭାରତ ବିଜେତା ହୋଇଥିବା ବେଳେ ୧ ଟାଇ ହୋଇଛି। ହେଲେ ସେ ଦିନିକିଆରେ ଅଧିନାୟକ ଦାୟିତ୍ୱ ନିର୍ବାହ କରିନାହାନ୍ତି। ମାତ୍ର ତାଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିବା ଅର୍ଥ ସେ ଆଗାମୀ ଦିନରେ ଅଧିନାୟକ ହୋଇପାରନ୍ତି ବୋଲି କୁହାଯାଉଛି।

Share