Categories: ଖେଳ

ପଦାର୍ପଣରେ ଅର୍ଦ୍ଧଶତକ ସହ ସ୍ବତନ୍ତ୍ର କ୍ଲବରେ ସୂର୍ଯ୍ୟକୁମାର

ଅହମ୍ମଦାବାଦ,୧୮।୩: ଏଠାରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଥିଲା ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଥର ପାଇଁ ବ୍ୟାଟିଂ କରିବାର ସୁଯୋଗ। ଆଉ ଏହାର ପୂରା ଫାଇଦା ଉଠାଇଛନ୍ତି ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ। ପ୍ରଥମ ବଲରେ ଛକା ଲଗାଇ ପାଳି ଆରମ୍ଭ କରିଥିବା ସୂର୍ଯ୍ୟ ହାସଲ କରିଛନ୍ତି ଅର୍ଦ୍ଧଶତକ। ୩୧ ବଲରେ ଖେଳିଥିଲେ ୫୭ ରନ୍‌ର ଇନିଂସ। ତାଙ୍କ ପାଳିରେ ସାମିଲ ଥିଲା ୬ ଚୌକା ଓ ୩ ଛକା। ପଦାର୍ପଣ ଇନିଂସରେ ଅର୍ଦ୍ଧଶତକ ହାସଲ କରିବା ସହ ସ୍ବତନ୍ତ୍ର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ସ୍ଥାନ ପାଇଛନ୍ତି।

ପଦାର୍ପଣ ଇନିଂସରେ ଟିମ୍‌ ଇଣ୍ଡିଆ ପାଇଁ ସର୍ବାଧିକ ରନ୍‌ କରିଥିବା ତାଲିକାରେ ଶୀର୍ଷରେ ରହିଛନ୍ତି ଅଜିଙ୍କ୍ୟ ରାହାନେ। ସେ ୨୦୧୧ରେ ଇଂଲଣ୍ଡ ବିପକ୍ଷରେ ମାଞ୍ଚେଷ୍ଟରଠାରେ ୬୧ ରନ୍‌ର ପାଳି ଖେଳିଥିଲେ। ତାଙ୍କ ପଛକୁ ରହିଛନ୍ତି ସୂର୍ଯ୍ୟକୁମାର, ଇଶାନ କିଷନ (୫୬), ରୋହିତ ଶର୍ମା (୫୦*) ଓ ରବିନ ଉଥପ୍ପା (୫୦)।

Share