Categories: ଖେଳ

ସୂର୍ଯ୍ୟକୁମାର ବର୍ଷର ସର୍ବଶ୍ରେଷ୍ଠ ଟି-୨୦ କ୍ରିକେଟର୍‌

ନୂଆଦିଲ୍ଲୀ,୨୫।୧: ଭାରତର ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବଙ୍କୁ ଆଇସିସି ଦ୍ୱାରା ୨୦୨୨ ବର୍ଷର ଶ୍ରେଷ୍ଠ ଟି -୨୦ ପୁରୁଷ କ୍ରିକେଟର ଭାବେ ମନୋନୀତ କରାଯାଇଛି। ଅଷ୍ଟ୍ରେଲିଆର ତାହିଲା ମ୍ୟାକଗ୍ରାଥ ୨୦୨୨ର ଶ୍ରେଷ୍ଠ ମହିଳା କ୍ରିକେଟର ପୁରସ୍କାର ମିଳିଛି। ୨୦୨୨ରେ ସୁର୍ଯ୍ୟକୁମାର ୩୧ ଟି-୨୦ ମ୍ୟାଚରେ ହାରାହାରି ୪୬.୫୬ ଏବଂ ଷ୍ଟ୍ରାଇକ ରେଟ୍‌ ୧୮୭.୪୩ରେ ୧୧୬୪ ରନ୍‌ କରିଥିଲେ।
ସେ କେବଳ ଦ୍ୱିତୀୟ ବ୍ୟାଟ୍ସମ୍ୟାନ, ଯିଏକି ଗୋଟିଏ ବର୍ଷ ମଧ୍ୟରେ ଟି-୨୦ରେ ଏକ ହଜାରରୁ ଅଧିକ ରନ ସ୍କୋର କରିଛନ୍ତି। ଚଳିତ ବର୍ଷ ସେ ୬୮ ଛକା ମାରିଛନ୍ତି। ବର୍ଷକ ମଧ୍ୟରେ ଟି-୨୦ରେ ସର୍ବାଧିକ ଛକା ମାରିବାରେ ସୂର୍ଯ୍ୟକୁମାର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ସେ ଗତ ବର୍ଷ ଦୁଇ ଶତକଏବଂ ନଅ ଅର୍ଦ୍ଧଶତକ ହାସଲ କରିଥିଲେ।

Share