Categories: ଖେଳ

ଜାଡେଜା, ରାହୁଲଙ୍କୁ ପଛରେ ପକାଇଲେ ସୂର୍ଯ୍ୟକୁମାର, ଜିତିଲେ ଏହି ପୁରସ୍କାର

ନୂଆଦିଲ୍ଲୀ,୧୩।୧୧: ବିଶ୍ୱକପ ଲିଗ ରାଉଣ୍ଡର ଶେଷ ମ୍ୟାଚରେ ଭାରତ ନେଦରଲ୍ୟାଣ୍ଡକୁ ୧୬୦ ରନ୍‌ରେ ପରାସ୍ତ କରିଛି। ଏହା ସହ ଭାରତ ଟୁର୍ନାମେଣ୍ଟରେ ନବମ ବିଜୟ ହାସଲ କରିଛି। ବିଶ୍ୱକପର ଏହି ସଂସ୍କରଣରେ ଟିମ ଇଣ୍ଡିଆ ଏ ପର୍ଯ୍ୟନ୍ତ ଅପରାଜିତ ରହିଛି। ମ୍ୟାଚ ପରେ ଭାରତୀୟ ଦଳ ନିଜର ପରମ୍ପରାକୁ ଜାରି ରଖି ମ୍ୟାଚର ଶ୍ରେଷ୍ଠ ଫିଲ୍ଡର ଭାବରେ ଜଣେ ଖେଳାଳିଙ୍କୁ ବାଛିଛନ୍ତି। ଏଥର ସୂର୍ଯ୍ୟକୁମାର ଯାଦବ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେ କୌଣସି କ୍ୟାଚ ନେଇ ନ ଥିଲେ, କିନ୍ତୁ ଫିଲ୍ଡିଂ ବେଳେ ଅନେକ ରନ୍‌ ସଂଗ୍ରହ କରିଛନ୍ତି ଏବଂ ଦଳର ବିଜୟରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

Share