Posted inଖେଳ

ସୂର୍ଯ୍ୟକୁମାର ବିଶ୍ୱକପ ଅଧିନାୟକ ହେବା ନେଇ ଚର୍ଚ୍ଚା, କଙ୍ଗାରୁ ଦଳଙ୍କୁ ପରାସ୍ତ କରିବା ପରେ ବିସିସିଆଇର ଆତ୍ମବିଶ୍ୱାସ ବଢ଼ିଲା……

ମୁମ୍ବାଇ,୪।୧୨ : ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ତାଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆର କଙ୍ଗାରୁ ଦଳକୁ ସ୍ତବ୍ଧ କରିଦେଇଛନ୍ତି। ସୂର୍ଯ୍ୟଙ୍କ ଅଧିନାୟକତ୍ୱରେ ଭାରତ ୫ ଟିକିଆ ଟି -୨୦ ମ୍ୟାଚ ସିରିଜରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତ ଏହି ସିରିଜକୁ ୪-୧ରେ କବଜା କରିଛି। ଏହା ସହିତ ସୂର୍ଯ୍ୟଙ୍କ ଉପରେ ବିସିସିଆଇର ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଛି। ଆସନ୍ତା ବର୍ଷ ଜୁନରେ ଟି -୨୦ ବିଶ୍ୱକପ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଆଇସିସି ଟୁର୍ନାମେଣ୍ଟରେ ଭାରତୀୟ ଦଳର କିଏ ଅଧିନାୟକତ୍ୱ କରିବ ତାହା ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ସୁର୍ଯ୍ୟ ଅଧିନାୟକ ଭାବରେ ତାଙ୍କର ପ୍ରଥମ ପରୀକ୍ଷା ଦେଇଛନ୍ତି। ଏହା ସଫଳ ହୋଇଛି। ଏଭଳି ପରିସ୍ଥିତିରେ ସୂର୍ଯ୍ୟଙ୍କୁ ଟି -୨୦ ବିଶ୍ୱକପରେ ଅଧିନାୟକତ୍ୱ ଦିଆଯାଇପାରିବ କି ବୋଲି ପ୍ରଶ୍ନ ଉଠିଛି।

ଆଇସିସି ଟି-୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳର ଅଧିନାୟକ କିଏ ହେବେ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଅଧିନାୟକ ପାଇଁ ଭାରତରେ ତିନି ଜଣ ପ୍ରତିଯୋଗୀ ଅଛନ୍ତି। ପ୍ରଥମ ହେଉଛନ୍ତି ରୋହିତ ଶର୍ମା, ଦ୍ୱିତୀୟ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତୃତୀୟ ହେଉଛନ୍ତି ସୂର୍ଯ୍ୟକୁମାର ଯାଦବ। ସୂର୍ଯ୍ୟଙ୍କର ବିଶ୍ୱକପରେ ଅଧିନାୟକତ୍ୱ କରିବାର ସମ୍ଭାବନା ଖୁବ କମ ଥିଲା। କିନ୍ତୁ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ସୂର୍ଯ୍ୟ ମଧ୍ୟ ଏହି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ହୋଇପାରିଛନ୍ତି। ବର୍ତ୍ତମାନ ତାଙ୍କର ସବୁଠାରୁ ବଡ ପ୍ରତିଯୋଗୀ ହେଉଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା। ବିସିସିଆଇ କହିଛି ରୋହିତ ଶର୍ମାଙ୍କୁ ଟି -୨୦ ବିଶ୍ୱକପରେ ଅଧିନାୟକ କରିବାକୁ ମନାଇବା ପାଇଁ ଚେଷ୍ଟା କରାଯାଉଛି।

ଯଦି ରୋହିତ ଶର୍ମା ଅଧିନାୟକ ହେବାକୁ ରାଜି ହୁଅନ୍ତି, ତେବେ ରୋହିତ ଭାରତର ଅଧିନାୟକ ହେବେ, କିନ୍ତୁ ଯଦି ସେ ରାଜି ନ ହୁଅନ୍ତି, ତେବେ ହାର୍ଦ୍ଦିକ ଏବଂ ସୂର୍ଯ୍ୟଙ୍କ ମଧ୍ୟରୁ ଜଣେ ଅଧିନାୟକ ହେବେ। ଅଷ୍ଟ୍ରେଲିଆ ପରେ ବର୍ତ୍ତମାନ ସୂର୍ଯ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -୨୦ ସିରିଜରେ ଅଧିନାୟକ ନଜର ଆସିବେ। ଏହା ବ୍ୟତୀତ ସୂର୍ଯ୍ୟ ଆଫଗାନିସ୍ତାନ ବିପକ୍ଷ ସିରିଜରେ ଅଧିନାୟକ ହେବେ, ଏଭଳି ପରିସ୍ଥିତିରେ ଯଦି ସୁର୍ଯ୍ୟଙ୍କ ଅଧିନାୟକତ୍ୱ ଅଧୀନରେ ଭାରତ ପରବର୍ତ୍ତୀ ଦୁଇଟି ସିରିଜ ଜିତେ, ତେବେ ସୂର୍ଯ୍ୟଙ୍କ ଅଧିନାୟକତ୍ୱ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇବ। ଏହା ହାର୍ଦ୍ଦିକଙ୍କ ଅଧିନାୟକ ହେବାର ସମ୍ଭାବନାକୁ ବହୁ ମାତ୍ରାରେ ହ୍ରାସ କରିବ ।

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମସ୍ତଙ୍କ ସାମ୍ନାରେ ନିଜର ଭୁଲ ସ୍ବୀକାର କଲେ କୋହଲି, କହିଲେ-ହଁ, ମୁଁ…

ନୂଆଦିଲ୍ଲୀ,୨୬।୧୨: ବର୍ଡର-ଗାଭାସ୍କର ଟ୍ରଫିରେ କ୍ରିକେଟର ବିରାଟ କୋହଲିଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ପର୍ଥ ଟେଷ୍ଟରେ ଶତକ ଲଗାଇଥିଲେ ହେଁ ଆଗାମୀ ୩...

ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଆଧିପତ୍ୟ ଜାରି: ୪ ବ୍ୟାଟ୍ସମ୍ୟାନ୍‌ ହାସଲ କଲେ ଅର୍ଦ୍ଧଶତକ

ମେଲବୋର୍ନ,୨୬।୧୨: ମେଲବୋର୍ନରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଟର ପ୍ରଥମ ଦିନ ଆୟୋଜକ ଅଷ୍ଟ୍ରେଲିଆ ନାମରେ ହୋଇଥିଲା। ପାଞ୍ଚ ମ୍ୟାଚ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ୧୯...

ଏହି କାମ ପାଇଁ କୋହଲିଙ୍କ ଉପରେ ଲାଗିଲା ଜୋରିମନା

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ପ୍ରଥମ ଅଧିବେଶନରେ ସାମ କନଷ୍ଟାସଙ୍କ ସହ ମୁହାଁମୁହିଁ ହୋଇଥିଲେ। ପଡ଼ିଆରେ ଝଗଡା...

୧,୧୧୨ ଦିନ ପରେ ଭାଙ୍ଗିଲା ରେକର୍ଡ: ବୁମ୍‌ରାଙ୍କ ମୁଣ୍ଡବିନ୍ଧା ବଢାଇଲେ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ମେଲବୋର୍ନ,୨୬।୧୨: ଡିସେମ୍ବର ୨୬ରୁ ବକ୍ସିଂ ଡେ ଟେଷ୍ଟ ଆରମ୍ଭ ହୋଇଛି। ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଏହା ହେଉଛି ଚତୁର୍ଥ ଟେଷ୍ଟ ମ୍ୟାଚ। ଭାରତ ଏବଂ ଅଷ୍ଟ୍ରେଲିଆ...

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କାହିଁକି ଖେଳାଯାଏ, ଜାଣନ୍ତୁ ଏହା ପଛର ଇତିହାସ

ମେଲବୋର୍ନ, ୨୬।୧୨: ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଆଜିଠାରୁ ଆରମ୍ଭ ହୋଇଛିଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌...

ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ: ଅଷ୍ଟ୍ରେଲିଆର ଦମ୍‌ଦାର ଆରମ୍ଭ

ମେଲବୋର୍ନ,୨୬।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଆରମ୍ଭ ହୋଇଛି। ଚତୁର୍ଥ ଟେଷ୍ଟରେ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସ ଟସ ଜିତି ପ୍ରଥମେ...

‘ସାଣ୍ଟା କ୍ଲଜ୍’ ବେଶରେ ଆସି ଇଣ୍ଟରନେଟରେ ନିଆଁ ଲଗାଇଲେ ଧୋନୀ

ଭୁବନେଶ୍ୱର,୨୫।୧୨: ଭାରତର କିମ୍ବଦନ୍ତୀ ଅଧିନାୟକ ପୁଣିଥରେ ଇଣ୍ଟରନେଟ୍ ନିଆଁ ଲଗାଇଛନ୍ତି। ଖ୍ରୀଷ୍ଟମାସରେ ଏକ ନୂତନ ଅବତାରରେ ଆଶି ସେ ସମସ୍ତଙ୍କୁ ଚମକି ଦେଇଛନ୍ତି। ଧୋନି ପାଞ୍ଚ...

”ପ୍ରଥମ ଦେଖାରେ ପ୍ରେମ”, ବିମାନରେ ଦେଖା ହେବା ପରେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି

ହାଇଦ୍ରାବାଦ: ଭାରତର ଷ୍ଟାର ସଟଲର ପିଭି. ସିନ୍ଧୁ ନିକଟରେ ଭେଙ୍କଟ୍ଟ ଦତ୍ତ ସାଇଙ୍କୁ ବିବାହ କରିଛନ୍ତି। ନିକଟତମ ସମ୍ପର୍କୀୟଙ୍କ ଗହଣରେ ଡିସେମ୍ବର ୨୨ ରେ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri