କୋଲକାତା,୨୦।୨: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ଭଲ ଫିନିଶିଂ ଦେଇଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ଭେଙ୍କଟଶ ଆୟାର। ଦୁହିଁଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ଭାରତୀୟ ଦଳ ୫ ଉଇକେଟରେ ୧୮୪ ରନ୍ କରିପାରିଛି।
ଏକଦା ଭାରତ ୧୪ ଓଭରରେ ୪ ଉଇକେଟ ହରାଇ ୯୩ ରନ୍ କରିଥାଏ। ଟିମ୍ ଇଣ୍ଡିଆର ଟପ୍ ଅର୍ଡର ପୂରା ଫେଲ ମାରିଥିଲା। ଋତୁରାଜ ଗାଏକ୍ୱାଡ (୪), ଇଶାନ କିଷନ (୩୪), ଶ୍ରେୟାସ ଆୟାର (୨୫) ଓ ଅଧିନାୟକ ରୋହିତ ଶର୍ମା ୭ ରନ୍ କରି ଆଉଟ୍ ହୋଇଥିଲେ। ସ୍ଥିତି ଅତ୍ୟନ୍ତ ଜଟିଳ ଥିବା ବେଳେ ଓ୍ବେଷ୍ଟଇଣ୍ଡିଆନ ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ ସୂର୍ଯ୍ୟକୁମାର ୬୫ ( ୧ ଚୌକା ଓ ୭ ଛକା) ଓ ଭେଙ୍କଟଶ ୩୫ (୪ ଚୌକା ଓ ୨ ଛକା)। ଦୁହେଁ ୫ମ ଉଇକେଟ ପାଇଁ ୯୧ ଯୋଡ଼ିଥିଲେ।