Posted inଖେଳ

MCAର ବଡ଼ ସୂଚନା: ମୁମ୍ବାଇ ଛାଡ଼ି ଯିବେ ନାହିଁ ସୂର୍ଯ୍ୟକୁମାର

ମୁମ୍ବାଇ,୩ା୪: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଛାଡ଼ି ଯାଉ ନାହାନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜଶସ୍ବି ଜୟସ୍ବାଲ ଆଗାମୀ ଘରୋଇ ସିଜନ ଲାଗି ମୁମ୍ବାଇ ଛାଡ଼ି ଗୋଆ ଦଳରେ ଯୋଗ ଦେବା ପରେ ସୂର୍ଯ୍ୟକୁମାର ମଧ୍ୟ ସମାନ ବାଟ ବାଛିପାରନ୍ତି ବୋଲି କିଛି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏମ୍‌ସିଏ ପକ୍ଷରୁ ରିପୋର୍ଟକୁ ଖଣ୍ଡନ କରାଯାଇଛି।

ସୂର୍ଯ୍ୟକୁମାର ମୁମ୍ବାଇ ବଦଳରେ ଗୋଆ ପାଇଁ ଆଗାମୀ ଘରୋଇ ସିଜନରେ ଖେଳିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ଗୁଜବ ସମ୍ପର୍କରେ ଏମ୍‌ସିଏକୁ ଜଣାଅଛି। ଏମ୍‌ସିଏ ଅଧିକାରୀ ଗୁରୁବାର ସକାଳେ ସୂର୍ଯ୍ୟଙ୍କ ସହ କଥା ହୋଇଥିଲେ ଏବଂ ଏସବୁ ରିପୋର୍ଟରେ କୌଣସି ସତ୍ୟତା ନ ଥିବା ସେ ସ୍ପଷ୍ଟ କରିଛନ୍ତି। ସୂର୍ଯ୍ୟକୁମାର ମୁମ୍ବାଇ ପାଇଁ ଖେଳିବା ଲାଗି ପ୍ରତିଶ୍ରୁତିବଦ୍ଧ ଏବଂ ମୁମ୍ବାଇ ଲାଗି ଖେଳୁଥିବାରୁ ଗର୍ବିତ। ଆମେ ସଭିଙ୍କୁ ମିଥ୍ୟା ଖବର ପ୍ରସାର କରିବାଠାରୁ ଦୂରେଇ ରହିବାକୁ ଅନୁରୋଧ କରୁଛୁ ବୋଲି ଏମ୍‌ସିଏ ସମ୍ପାଦକ ଅଭୟ ହଡପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂରଣ ହେବ କି ପୋପ ଫ୍ରାନ୍ସିସଙ୍କ ଶେଷ ଇଚ୍ଛା: ଜାଣନ୍ତୁ କ’ଣ ଥିଲା

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଦେହାନ୍ତ, ଯାହା ସାରା ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳାଇ...

କେବଳ ଜଣେ ଖେଳାଳିଙ୍କୁ ପ୍ରମୋଶନ ଦେଲା BCCI, କିଏ ସେ ଭାଗ୍ୟଶାଳୀ?

ନୂଆଦିଲ୍ଲୀ,୨୧।୪: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ୨୦୨୪-୨୫ ସିଜିନ ପାଇଁ ଏହାର କେନ୍ଦ୍ରୀୟ ଚୁକ୍ତି ତାଲିକାରେ ମୋଟ ୩୪ ଜଣ ଖେଳାଳିଙ୍କୁ ସାମିଲ କରିଛି।...

ନକଲି ଆଦିବାସୀଙ୍କୁ ଚିହ୍ନଟ ଦାବି ତେଜିଲା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଆଦିବାସୀ ଯୁବ ନେତା

କର୍ଲାମୁଣ୍ଡା:୨୧।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କିଛି ଅଣ ଆଦିବାସୀ ଜାତି ଗତ ପ୍ରମାଣ ପତ୍ର ହାସଲ କରି ଶିକ୍ଷୟିତ୍ରୀ, ଶିକ୍ଷକ ଭାବେ...

ପୂର୍ବତନ ଡିଜିପିଙ୍କୁ ମାଛ ଖାଇବାକୁ ଦେଇ ଛୁରୀ ଭୁସି ଦେଇଥିଲେ ସ୍ତ୍ରୀ, ତଦନ୍ତରୁ ହେଲା ବଡ଼ ଖୁଲାସା

ବେଙ୍ଗାଲୁରୁ,୨୧।୪: କର୍ଣ୍ଣାଟକର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଓମ ପ୍ରକାଶଙ୍କ ହତ୍ୟା ସମ୍ପର୍କିତ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏବେ ସୂଚନା ଆସିଛି...

ସଇତାନ ସ୍ବାମୀର କାରନାମା: ସ୍ତ୍ରୀକୁ ମାରି ବକ୍ସ ଖଟରେ ୨ ଦିନ ଲୁଚାଇଲେ

ନବରଙ୍ଗପୁର,୨୧।୪(ଦିଲୀପ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀ ହତ୍ୟା କରି ବକ୍ସ ଖଟରେ...

୭ ହାଇକୋର୍ଟ ବିଚାରପତିଙ୍କ ବଦଳି ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ, ଓଡ଼ିଶା ଆସିବେ ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ 

ନୂଆଦିଲ୍ଲୀ,୨୧।୪: ଅନ୍ତର୍ଭୁକ୍ତି, ବିବିଧତା ଏବଂ ନ୍ୟାୟ ପ୍ରଶାସନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ସୁପ୍ରିମକୋର୍ଟ କଲେଜିୟମ ଦେଶର ବିଭିନ୍ନ ହାଇକୋର୍ଟରେ ସାତ...

Video: ରାଜପଥରେ ଦୁଇ ମାଙ୍କଡ଼ ଗୋଷ୍ଠୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ, ଲୋମଟାଙ୍କୁରା ଦୃଶ୍ୟ ଦେଖି ହେବେ କାବା

ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦୁଇଟି ମାଙ୍କଡ ଗୋଷ୍ଠୀ ରାଜପଥ ଉପରେ ଲଢ଼ୁଥିବା ଦେଖାଯାଉଛି। ଏହି ଦୃଶ୍ୟ...

ଏହି ଅଭିନେତ୍ରୀଙ୍କ ପାଇଁ ଭାଙ୍ଗିଗଲା ଶୁବମନ-ସାରା ତେନ୍ଦୁଲକରଙ୍କ ସମ୍ପର୍କ?

ମୁମ୍ବାଇ: କ୍ରିକେଟ ସହ ବଲିଉଡର ସମ୍ପର୍କ ବେଶ ପୁରୁଣା। ଏମିତିରେ କିଛି କ୍ରିକେଟର ଏମିତି ଅଛନ୍ତି ଯେଉଁମାନେ ଅଭିନେତ୍ରୀମାନଙ୍କୁ ଜୀବନସାଥୀ ଭାବେ ବାଛି ଖୁସିରେ ଦାମ୍ପତ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image