Categories: ଖେଳ

ହୃଦୟ ଜିତିଲେ ସୂର୍ଯ୍ୟକୁମାର

ଥିରୁଭାନନ୍ତପୁରମ,୨୭।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ଭାରତ କେରଳର ରାଜଧାନୀ ଥିରୁଭାନନ୍ତପୁରମରେ ପହଞ୍ଚିଛି। ଭାରତୀୟ ଦଳ ବିମାନ ବନ୍ଦରରୁ ହୋଟେଲ ଅଭିମୁଖେ ଯାତ୍ରା କରିବାବେଳେ କ୍ରିକେଟ ପ୍ରଶଂସକମାନେ ରାସ୍ତାରେ କଡରେ ଦେଖିବାକୁ ଛିଡା ହୋଇଥିଲେ। ଏଠାରେ କିଛି ପ୍ରଶଂସକ ସ୍ଥାନୀୟ ହିରୋ ସଞ୍ଜୁ ସାମସନଙ୍କ ନାମ ମଧ୍ୟ ନେଇଥିଲେ। ଏହି ସମୟରେ ବସ୍‌ରେ ବସିଥିବା ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ମୋବାଇଲରେ ସଞ୍ଜୁ ସାମସନଙ୍କ ଫଟୋ ବାହାର କରି ପ୍ରଶଂସକଙ୍କୁ ଦେଖାଇବା ଆରମ୍ଭ କରିଥିଲେ। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ରାଜସ୍ଥାନ ରୟାଲ୍ସ ସୂର୍ଯ୍ୟକୁମାରଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ଷେୟାର କରିଛି। ଏହି ଭିଡିଓରେ ଦେଖାଯାଉଛି ଯେ ସୂର୍ଯ୍ୟକୁମାର ନିଜ ମୋବାଇଲରେ ସଞ୍ଜୁ ସାମସନଙ୍କ ଫଟୋ ଦେଖାଇବା ମାତ୍ରେ ରାସ୍ତାରେ ଠିଆ ହୋଇଥିବା ପ୍ରଶଂସକମାନେ ବହୁତ ଖୁସି ହୁଅନ୍ତି ଏବଂ ଉତ୍ସାହର ସହିତ ସୂର୍ଯ୍ୟକୁମାର-ସୂର୍ଯ୍ୟକୁମାର ଡାକିବା ଆରମ୍ଭ କରନ୍ତି।
ସଞ୍ଜୁ ସାମସନ କେରଳର। ସେ କେରଳ ପାଇଁ ଘରୋଇ କ୍ରିକେଟ ମଧ୍ୟ ଖେଳିଛନ୍ତି। ସେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦଳରେ ମଧ୍ୟ ସାମିଲ ହୋଇଛନ୍ତି। ବର୍ତ୍ତମାନ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଭାରତୀୟ ଦଳର ଅଂଶ ନାହଁାନ୍ତି।

Share