Categories: ଖେଳ

ସୂର୍ଯ୍ୟକୁମାରଙ୍କ ବଡ଼ ରେକର୍ଡ: ଶେଷ ଓଭରରେ ୨୬ ରନ

ଦୁବାଇ,୧ା୯: ଏସିଆ କପ୍‌ ଟି୨୦ କ୍ରିକେଟରେ ଚମତ୍କାର ଧୂଆଁଧାର ଇନିଂସ ପରେ ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ହଂକଂ ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ମାତ୍ର ୨୬ ବଲ ଖେଳି ୬୮ ରନର ଧୂଆଁଧାର ଇନିଂସ ଖେଳିଥିଲେ। ଶେଷ ଓଭରରେ ସେ ଏକୁଟିଆ ୨୬ରନ୍‌ କରି ଏହି ଇନିଂସରେ ଭାରତ ୧୯୨ ରନର ସ୍କୋର କରିଥିଲା। ଏଥିରେ ୬ଟି ଲେଖାଏ ଛକା ଓ ଚୌକା ସାମିଲ ରହିଛି। ୪୦ ରନରେ ଏହି ମ୍ୟାଚକୁ ଜିତିନେବା ସହିତ ଭାରତ ଦ୍ୱିତୀୟ ଦଳ ଭାବରେ ସୁପର-୪ରେ ପ୍ରବେଶ କରିଥିଲା। ତାଙ୍କର ଏହି ଇନିଂସ ପରେ ରୋହିତ ଶର୍ମା ପ୍ରଶଂସାରେ ଶତମୁଖ ହୋଇଛନ୍ତି। ବିଗତ କିଛି ମ୍ୟାଚରେ ସୂର୍ଯ୍ୟଙ୍କ ବ୍ୟାଟରୁ ଏମିତି କଛି ଇନିଂସ ଦେଖିବାକୁ ମିଳିଥିଲା। ୨୨ ଗଜର ପିଚ୍‌ ମଧ୍ୟରେ ସେ ଅତ୍ୟନ୍ତ ନୀର୍ଭିକ ଭାବରେ ବିପକ୍ଷ ଦଳର ବୋଲରଙ୍କୁ ସାମ୍ନା କରିଥାନ୍ତି ବୋଲି ରୋହିତ କହିଛନ୍ତି। ସେ ଖେଳିଥିବା କିଛି ଶଟ୍‌ କ୍ରିକେଟ ବୁକ୍‌ରେ ମଧ୍ୟ ଉପଲବ୍ଧ ନଥାଏ। ଶଟ୍‌ ଚୟନରେ ତାଙ୍କର ବୁଦ୍ଧିମତା ମଧ୍ୟ ପ୍ରଂଶସାଯୋଗ୍ୟ ବୋଲି ରୋହିତ କହିଛନ୍ତି।

Share