Categories: ଖେଳ

ବଡ଼ ରେକର୍ଡ ହାସଲ କଲେ ସୂର୍ଯ୍ୟକୁମାର

ସିଡନୀ,୨୭।୧୦: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଟି-୨୦ ବିଶ୍ୱକପ ୨୦୨୨ରେ ନେଦରଲାଣ୍ଡ୍ସ ବିପକ୍ଷରେ ସୂର୍ଯ୍ୟକୁମାର ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି। ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟ ସହିତ ସୁର୍ଯ୍ୟକୁମାର ତାଙ୍କ ରନ ସ୍କୋର କରିଥିଲେ। ଏହି ଇନିଂସ ସହିତ ସେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ମଧ୍ୟ କରିଛନ୍ତି।
ଗୋଟିଏ ବର୍ଷରେ ଅନ୍ତର୍ଜାତୀୟ ଟି-୨୦ରେ୨୦୦ରୁ ଅଧିକ ଷ୍ଟ୍ରାଇକ ହାର ସହିତ ପାଞ୍ଚ ଥର ୫୦ କିମ୍ବା ଅଧିକ ରନ ସ୍କୋର କରିଥିବା ସୁର୍ଯ୍ୟକୁମାର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଚଳିତ ବର୍ଷ ସୂର୍ଯ୍ୟ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩୧ ବଲରୁ ୬୫, ଇଂଲଣ୍ଡ ବିପକ୍ଷରେ ୫୫ ବଲରୁ ୧୧୭, ହଂକଂ ବିପକ୍ଷରେ ୨୬ ବଲରେ ୬୮, ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୨ ବଲରୁ ୬୧ ଏବଂ ନେଦରଲାଣ୍ଡ୍ସ ବିପକ୍ଷରେ ୨୫ ବଲରୁ ୫୧ ସ୍କୋର କରିଛନ୍ତି।
ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ରେ ସୁର୍ଯ୍ୟକୁମାର ସର୍ବାଧିକ ରନ ସ୍କୋରର ଅଟନ୍ତି। ସେ ଚଳିତ ବର୍ଷ ୨୫ଟି ମ୍ୟାଚରେ ହାରାହାରି ୪୧.୨୮ରେ ୮୬୭ ରନ କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ ୧୮୪.୮୬ ଥିଲା। ଏହାସହ ସେ ଗୋଟିଏ ଶତକ ଏବଂ ସାତ ଅର୍ଦ୍ଧଶତକ ହାସଲ କରିଛନ୍ତି। ସୂର୍ଯ୍ୟଙ୍କ ପରେ ପାକିସ୍ତାନୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନ ଦ୍ୱିତୀୟ ସର୍ବାଧିକ ରନ ସ୍କୋର କରିଛନ୍ତି।

Share