Categories: ଖେଳ

ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲେ ସୂର୍ଯ୍ୟକୁମାର

କେପଟାଉନ୍‌,୨୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଆହତ ହୋଇଛନ୍ତି ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ। ଫଳରେ ସେ ଆସନ୍ତା କିଛି ସପ୍ତାହ ଯାଏ କ୍ରିକେଟରୁ ଦୂରରେ ରହିବେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ସୂର୍ଯ୍ୟକୁମାର ଆହତ ହୋଇଥିଲେ। ଏବେ ସେ ଆସନ୍ତା ମାସରେ ହେବାକୁ ଥିବା ଟି୨୦ ସିରିଜରେ ଭାଗ ନେବେ ନାହିଁ ବୋଲି ଜଣାପଡ଼ିଛି।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ସୂର୍ଯ୍ୟକୁମାରଙ୍କ ଆଘାତ ବେଶ ଗମ୍ଭୀର। ଏହି କାରଣରୁ ସେ କିଛି ସପ୍ତାହ ଯାଏ କ୍ରିକେଟ ଖେଳିବେ ନାହିଁ। ଅନ୍ତିମ ଟି୨୦ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବା ବେଳେ ସୂର୍ଯ୍ୟକୁମାରଙ୍କ ଗୋଡ଼ ମୋଡ଼ି ହୋଇଯାଇଥିଲା। ମ୍ୟାଚ୍‌ ପରେ ତାଙ୍କୁ ଚାଲିବାରେ ଅସୁବିଧା ହେଉ ନ ଥିବା କହିଥିଲେ। ହେଲେ ମୁମ୍ବାଇ ଫେରିବା ପରେ ସ୍କାନ କରାଯାଇଥିଲା। ସେଥିରେ ଗ୍ରେଡ ୨ ଫ୍ୟାକ୍ଚର ହୋଇଥିବା ଜଣାପଡ଼ିଛି। ଫଳରେ ତାଙ୍କୁ ୭ ସପ୍ତାହ ଯାଏ ମଇଦାନକୁ ନ ଓହ୍ଲାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏବେ ତାଙ୍କୁ ଆରାମ କରିବାକୁ ପଡ଼ିବ।

ତେବେ ଦକ୍ଷିଣ ଆଫ୍ରିକା ପରେ ଆଫଗାନିସ୍ତାନ ବିପକ୍ଷରେ ଟିମ୍‌ ଇଣ୍ଡିଆ ଟି୨୦ ସିରିଜ ଖେଳିବ। ଏଣୁ ଏଥିରେ କିଏ ଅଧିନାୟକ ହେବ ସେନେଇ ବିସିସିଆଇର ଚିନ୍ତା ବଢ଼ିଛି।

Share