Categories: ଖେଳ

ସୂର୍ଯ୍ୟକୁମାର ବଡ଼ ରେକର୍ଡ

ହାଇଦ୍ରାବାଦ,୨୬।୯: ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ଚଳିତ ବର୍ଷ ଟି-୨୦ କ୍ରିକେଟରେ ସର୍ବାଧିକ ରନ ସ୍କୋର କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚରେ ୬୯ ରନ୍‌ର ଇନିଂସ ତାଙ୍କୁ ଏହି ସ୍ଥାନକୁ ନେଇଛି। ବିଶେଷ କଥା ହେଉଛି ସୂର୍ଯ୍ୟକୁମାର ଚଳିତ ବର୍ଷ ୧୮୦+ ଷ୍ଟ୍ରାଇକ ହାରରେ ରନ ସ୍କୋର କରିଛନ୍ତି।
ଚଳିତ ବର୍ଷ ଅନ୍ତର୍ଜାତୀୟ ଟି-୨୦ର ୨୦ଟି ଇନିଂସରେ ସୂର୍ଯ୍ୟକୁମାର ୬୮୨ ରନ ସଂଗ୍ରହ କରିଛନ୍ତି। ତାଙ୍କ ବ୍ୟାଟିଂ ହାରାହାରି ୩୭.୮୮ ଏବଂ ଏକ ଷ୍ଟ୍ରାଇକ ହାର ୧୮୨.୮୪ ରହିଛି। ଏହି ସମୟ ମଧ୍ୟରେ ସେ ଗୋଟିଏ ଶତକଏବଂ ଚାରି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ମଧ୍ୟ ଚଳିତ ବର୍ଷ ଟି-୨୦ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍ସମ୍ୟାନ । ଚଳିତ ବର୍ଷ ସେ ୪୨ଟି ଛକା ମାରିଛନ୍ତି।
ସୂର୍ଯ୍ୟକୁମାର ଯାଦବଙ୍କ ପରେ ନେପାଳର ଦୀପେନ୍ଦ୍ର ସିଂ (୬୨୬)ଙ୍କ ନାମ ରହିଛି। ସେ ୨୦୨୨ରେ ଟି-୨୦ରେ ୬୨୬ ରନ୍‌ କରିଛନ୍ତି। ତୃତୀୟ ସ୍ଥାନରେ ଚେକ ଗଣରାଜ୍ୟର ସାବଭୁନ ଡାଭିଜୀ (୬୧୨) ଅଛନ୍ତି। ଯଦିଓ ଏହି ଉଭୟ ବ୍ୟାଟ୍ସମ୍ୟାନ ଦୁର୍ବଳ ଦଳ ବିପକ୍ଷରେ ଖେଳିବାବେଳେ ଏତେ ରନ ସ୍କୋର କରିଛନ୍ତି। ଏହି ତାଲିକାରେ ପାକିସ୍ତାନର ମହମ୍ମଦ ରିଜୱାନ (୫୫୬) ଚତୁର୍ଥ ସ୍ଥାନରେ ଏବଂ ୱେଷ୍ଟଇଣ୍ଡିଜର ନିକୋଲାସ ପୁରାନ (୫୫୩) ପଞ୍ଚମ ସ୍ଥାନରେ ଅଛନ୍ତି।

Share