Categories: ଖେଳ

ମୋ ଦିନିକିଆ ଫର୍ମ ଖରାପ, ସ୍ବୀକାର କରିବାରେ ସଙ୍କୋଚ ନାହିଁ: ସୂର୍ଯ୍ୟ କୁମାର

ଗୁଏନା, ୯। ୮: ଟି ୨୦ରେ ଚମକୁ ଥିଲେ ହେଁ ଦିନିକିଆରେ ରନ୍ କରି ପାରୁନାହାନ୍ତି ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ସୂର୍ଯ୍ୟ କୁମାର ଯାଦବ। ଏହାକୁ ନେଇ ତାଙ୍କର ସମାଲୋଚ଼ନା କରାଯାଉଥିବା ବେଳେ ସେ ମଧ୍ୟ ତାକୁ ସ୍ବୀକାର କରିଛନ୍ତି। ପ୍ରଥମ କ୍ରିକେଟର ଭାବେ ନିଜର ଆଲୋଚନା କରି ସେ କହିଛନ୍ତି, ମୋର ଦିନିକିଆରେ ରନ୍ ବହୁତ ଖରାପ। ଏହାକୁ ସ୍ବୀକାର କରିବାରେ କୌଣସି ଲାଜ ନାହିଁ। ସଚ୍ଚୋଟ ହେବା ଜରୁରୀ, କାରଣ ସମସ୍ତେ ଏକଥା ଜାଣନ୍ତି। ସେହିଭଳି ଫର୍ମରେ ସୁଧାର ଆଣିବା ମଧ୍ୟ ଜରୁରୀ ବୋଲି ସେ କହିଛନ୍ତି। ତେବେ ରୋହିତ ଶର୍ମା ଏବଂ ରାହୁଲ ଦ୍ରାବିଡ ଙ୍କ ପରାମର୍ଶ ଅନୁଯାୟୀ ଫର୍ମାଟକୁ ଅଧିକ ଖେଳିବାକୁ ହେବ। ଏନେଇ ଭଲ ଭାବେ ଚିନ୍ତା କରିବାକୁ ହେବ ବୋଲି ସେ ମଧ୍ୟ କହିଛନ୍ତି।

Share