Posted inଖେଳ

ବିଳାସପୂର୍ଣ୍ଣ ବଙ୍ଗଳା କିଣିଲେ ସୂର୍ଯ୍ୟକୁମାର ଯାଦବ: ଦାମ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୨୬।୩: ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅନେକ ଥର ବିସ୍ଫୋରକ ବ୍ୟାଟିଂ କରିଛନ୍ତି। କିନ୍ତୁ ସେ IPL 2025 ର ତାଙ୍କର ପ୍ରଥମ ମ୍ୟାଚରେ କିଛି ବିଶେଷ କରିପାରି ନ ଥିଲେ। ସୂର୍ଯ୍ୟକୁମାର ଏବଂ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମୁମ୍ବାଇରେ ଦୁଇଟି ନୂତନ ଘର କିଣିଛନ୍ତି। ଏଗୁଡ଼ିକର ମୂଲ୍ୟ କୋଟି କୋଟି ଟଙ୍କା।

ସୂର୍ଯ୍ୟକୁମାର ଯାଦବ ଦେଓନାରର ଗୋଦରେଜ ସ୍କାଏ ଟେରାସ୍‌ରେ ଦୁଇଟି ନୂତନ ଆପାର୍ଟମେଣ୍ଟ କିଣିଛନ୍ତି। ଏହାର ମୋଟ କାର୍ପେଟ କ୍ଷେତ୍ରଫଳ ପ୍ରାୟ ୪୨୨୨.୭୬ ବର୍ଗଫୁଟ।

ସୂର୍ଯ୍ୟଙ୍କ ନୂତନ ଫ୍ଲାଟର ମୂଲ୍ୟ ପ୍ରାୟ ୨୧.୧୧ କୋଟି ଟଙ୍କା। ଫ୍ଲାଟ କିଣିବା ଉପରେ ୧.୨୬ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ମଧ୍ୟ ପୈଠ କରାଯାଇଛି।

ସୂର୍ଯ୍ୟଙ୍କ ନୂତନ ଫ୍ଲାଟର ଭିତର ଫଟୋ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ। ସୂର୍ଯ୍ୟ ଆଇପିଏଲରେ ବ୍ୟସ୍ତ ଅଛନ୍ତି। ସେ ସିଜିନର ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇର ଅଧିନାୟକତ୍ୱ ମଧ୍ୟ କରିଥିଲେ।

ସିଜିନର ମୁମ୍ବାଇର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଥିଲା। ଏଥିରେ ମୁମ୍ବାଇ ୪ ଉଇକେଟରେ ପରାଜୟର ସାମ୍ନା କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ପଏଣ୍ଟ ଟେବୁଲ୍‌ରେ ଗୁଜରାଟର ଲମ୍ବା ଡିଆଁ, ୬ ଟିମ୍‌କୁ ପଛରେ ପକାଇ…

ନୂଆଦିଲ୍ଲୀ,୩୦।୩: IPL ୨୦୨୫ରେ ଏପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳାଯାଇଛି। ଏଥିରେ ୮ ଦଳ ବିଜୟ ସହ ଖାତା ଖୋଲିଛନ୍ତି। କେବଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ...

ବ୍ୟାନ୍‌ ହେବା ସତ୍ତ୍ୱେ ସୁଧୁରିଲେନି ପାଣ୍ଡ୍ୟା, ପୁଣି ଦୋହରାଇଲେ ଭୁଲ୍‌

ନୂଆଦିଲ୍ଲୀ,୩୦।୩: ଆଇପିଏଲ୍‌ ୨୦୨୫ର ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ। ଦଳ ଆରମ୍ଭରୁ ହିଁ ଲଗାତାର ଦୁଇଟି ମ୍ୟାଚ ହାରିଯାଇଛି। ଗୁଜରାଟ ଟାଇଟନ୍ସ ବିପକ୍ଷରେ...

ମୁମ୍ବାଇକୁ ହରାଇ ଗୁଜରାଟର ପ୍ରଥମ ବିଜୟ

ଅହମଦାବାଦ,୨୯।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶନିବାର ଅନୁଷ୍ଠିତ ମ୍ୟାଚରେ ଗୁଜରାଟ ଟାଇଟନ୍ସ ୩୬ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ ସହାୟତାରେ...

ରୋହିତ ଶର୍ମାଙ୍କ ବଡ଼ ବୟାନ, ଟିମ୍‌ର ଖେଳାଳିଙ୍କ ପାଇଁ କଲେ ଏମିତି ଡିମାଣ୍ଡ

ନୂଆଦିଲ୍ଲୀ,୨୯।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ଗତ ନଅ ମାସ ଧରି କ୍ରିକେଟର ଉତ୍ଥାନ-ପତନ ସତ୍ତ୍ୱେ ତାଙ୍କ ଦଳ ସଫଳତା ହାସଲ କରିବା...

RCB ଜିତିବ ଆଇପିଏଲ ଟାଇଟଲ? ଚମକାଇ ଦେଉଛି ଏ ବି ଡିଭିଲିୟର୍ସଙ୍କ ଜବାବ

ନୂଆଦିଲ୍ଲୀ,୨୯।୩: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଆଇପିଏଲରେ ତାଙ୍କର ସର୍ବୋତ୍ତମ ଆରମ୍ଭ କରିଛି। ଏବେ ଅବସରପ୍ରାପ୍ତ ଦକ୍ଷିଣ ଆଫ୍ରିକା ଖେଳାଳି ଏବି ଡିଭିଲିୟର୍ସ ମନେ କରନ୍ତି...

୪୩ ବର୍ଷ ବୟସରେ CSK ପାଇଁ ଏହି ରେକର୍ଡ କଲେ ଧୋନି

ନୂଆଦିଲ୍ଲୀ,୨୯।୩: IPL ୨୦୨୫ର ୮ମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଏମଏସ...

IPLରେ ବିକ୍ରି ନ ହୋଇ ବି କୋଟି କୋଟି ରୋଜଗାର କଲେ ଓ୍ବାର୍ନର; ଫିଲ୍ମ ‘ରବିନହୁଡ୍‌’ ପାଇଁ ମିଳିଛି…

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ୍‌ ଓ୍ବାର୍ନର ଭାରତକୁ ବହୁତ ଭଲ ପାଆନ୍ତି। ବିଶେଷକରି ଭାରତର ଲୋକ, ସଂସ୍କୃତି ଏବଂ ସିନେମା ତାଙ୍କୁ ପସନ୍ଦ। ଏଥିନେଇ...

ଫାଇନାଲ ମୁକାବିଲାରେ ବୋଲର୍‌ ଏକାକି ନେଲେ ୧୧ ଉଇକେଟ, ଇତିହାସ ରଚିଲା ଟିମ୍‌ 

କାନ୍‌ବେରା,୨୯।୩: ଦକ୍ଷିଣ ଅଷ୍ଟ୍ରେଲିଆ ଦଳ ସେଫିଲ୍ଡ ସିଲ୍ଡ ଟାଇଟଲ ଜିତି ଇତିହାସ ରଚିଛି। ଏହି ଟୁର୍ନାମେଣ୍ଟର ଫାଇନାଲରେ କୁଇନ୍ସଲ୍ୟାଣ୍ଡକୁ ପରାସ୍ତ କରି ଦଳ ୨୯ ବର୍ଷ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image