Categories: ଖେଳ

‘ଟି୨୦ ବିଶ୍ୱକପ୍‌ରେ କୋହଲି ଓପନିଂ କଲେ, ୩ୟ କ୍ରମରେ ଖେଳିପାରିବେ ଏହି ବ୍ୟାଟ୍ସମ୍ୟାନ’

ମୁମ୍ବାଇ,୯।୭: ଆଗାମୀ ଟି୨୦ ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ସହ ଭାରତୀୟ ଅଧିନାୟକ ବିରାଟ କୋହଲି ଓପନିଂ କରିବାର ବିଶେଷ ସମ୍ଭାବନା ଅଛି। ଏଭଳି ହେଲେ ୩ୟ କ୍ରମରେ କିଏ ବ୍ୟାଟିଂ କରିବ? ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କ ମତରେ ଏହି କ୍ରମରେ ବ୍ୟାଟିଂ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ଫିଟ୍‌।

ଟି୨୦ ବିଶ୍ୱକପ୍‌ରେ କୋହଲି ଓପନିଂ କରିପାରନ୍ତି। କାରଣ ଚଳିତ ବର୍ଷ ଆଇପିଏଲରେ ଆରସିବି ପାଇଁ ପ୍ରତ୍ୟେକ ମ୍ୟାଚ୍‌ରେ ଓପନିଂ କରି ତାହାର ସୂଚନା ଦେଇଛନ୍ତି। ଏଥିପୂର୍ବରୁ ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ମଧ୍ୟ ସେ ରୋହିତଙ୍କ ଓପନିଂ କରିଥିଲେ।

ଯଦି ରୋହିତଙ୍କ ସହ କୋହଲି ଓପନିଂ କରନ୍ତି, ତେବେ ମୋ ମତରେ ସୂର୍ଯ୍ୟ ୩ୟ କ୍ରମ ପାଇଁ ଶ୍ରେଷ୍ଠ ବିକଳ୍ପ। ଲୋକେଶ ରାହୁଲଙ୍କ ପାଇଁ ଟିମ୍‌ ଇଣ୍ଡିଆ କେଉଁ ଭଳି ଯୋଜନା କରିଛି, ତାହା ମୋତେ ଜଣାନାହିଁ। ସୂର୍ଯ୍ୟକୁମାରଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ପାଇଁ ଦଳରେ ସ୍ଥାନ ଅଛି। ତାଙ୍କ ଭଳି ବ୍ୟାଟ୍ସମ୍ୟାନ ମୁଁ କଦାଚିତ୍‌ ଦେଖିଛି। ଆଇପିଏଲରେ ସେ ବହୁବାର ଦକ୍ଷତା ଦେଖାଇ ସାରିଛନ୍ତି। ସେ ଭଲ ବଲକୁ ମଧ୍ୟ ଚୌକା ଲଗାଇ ପାରନ୍ତି। ଏଣୁ ୩ୟ କ୍ରମ ପାଇଁ ମୋ ମତରେ ସେ ସବୁଠୁ ଭଲ ବିକଳ୍ପ ବୋଲି ମାଞ୍ଜରେକର କହିଛନ୍ତି।

Share