Categories: ଖେଳ

ଭାରତୀୟ ଟିମ୍‌ରେ ଚୟନ ନ ହେବା ପରେ ନିରାଶ ହୋଇଥିଲେ ସୂର୍ଯ୍ୟକୁମାର ଯାଦବ; ତେନ୍ଦୁଲକରଙ୍କ ଗୋଟିଏ ପରାମର୍ଶ ବଦଳାଇଦେଇଥିଲା ଚିନ୍ତାଧାରା

ନୂଆଦିଲ୍ଲୀ,୨୧।୧୧: ଆଇପିଏଲ୍‌ର ଗତ ତିନି ସିଜନ୍‌ରେ ୪୦୦ରୁ ଅଧିକା ରନ୍‌ କରିଛନ୍ତି ସୂର୍ଯ୍ୟକୁମାର ଯାଦବ। ରଣଜୀ ଟ୍ରଫି ସହ ଅନ୍ୟ ଘରୋଇ ଟୁର୍ନାମେଣ୍ଟରେ ସେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। ହେଲେ ଭାରତୀୟ ଟିମ୍‌ରେ ତାଙ୍କୁ ସ୍ଥାନ ମିଳିପାରୁନାହିଁ। ଅଷ୍ଟ୍ରେଲିୟା ଗସ୍ତକୁ ନେଇ ତାଙ୍କୁ ଚୟନ କରା ନ ଯିବା ପରେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ତାଙ୍କୁ ଏକ ମେସେଜ୍‌ ପଠାଇଥିଲେ। ଯେଉଁଥିରେ ‘ତୁମେ ଯଦି ଖେଳ ପ୍ରତି ସମର୍ପିତ ଏବଂ ସଚ୍ଚୋଟ ରହିବ ତେବେ ଖେଳ ତୁମକୁ ଦେଖିବ’ ବୋଲି ଲେଖାଥିଲା। ସଚିନଙ୍କୁ ଏହି ପରାମର୍ଶ ତାଙ୍କ କୋଚ୍‌ ରମାକାନନ୍ତ ଆଚରେକର ଦେଇଥିଲେ। ସେ ଏହି ପରାମର୍ଶ ସୂର୍ଯ୍ୟକୁମାରଙ୍କୁ ଦେବା ବହୁତ ବଡ଼ କଥା ବୋଲି ଖେଳାଳି କହିଛନ୍ତି।

ସୂର୍ଯ୍ୟକୁମାରଙ୍କୁ ସଚିନ କହିଥିଲେ, ଭାରତ ପାଇଁ ଖେଳିବାର ସ୍ବପ୍ନକୁ ହୃଦୟରେ ରଖ। ସବୁବେଳେ ଧ୍ୟାନରେ କାମ କରିଚାଲ। କ୍ରିକେଟ ପ୍ରତି ନିଜକୁ ସମର୍ପଣ କରିଦିଅ। ତୁମେ ଏକୁଟିଆ ନୁହଁ ଯିଏ ନିରାଶ ହୋଇଛ। ଏଣୁ ଲଗାତାର ଭାବେ ଆଗକୁ ବଢ଼ ଏବଂ ଆମକୁ ଖୁସି ପାଳିବା ପାଇଁ ଅଧିକ ସୁଯୋଗ ଦିଅ।

ତେବେ ଚଳିତ ବର୍ଷ ଆଇପିଏଲ୍‌ ସମୟରେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟିମ୍‌ର ଚୟନ କରାଯାଇଥିଲା। ଏଥିରେ ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରାଯିବ ବୋଲି ସମ୍ଭାବନା ରହିଥିଲା। ହେଲେ ତାହା ହେଲା ନାହିଁ। ଏହାସତ୍ତ୍ୱେ ସେ କୋହଲୀଙ୍କ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଭଲ ପ୍ରଦର୍ଶନ କରି ଅର୍ଦ୍ଧଶତକ କରିଥିଲେ।

Share