Categories: ଖେଳ

‘ସୂର୍ଯ୍ୟକୁମାର ଯାଦବ ହେଉଛନ୍ତି ଭାରତର ‘ମିଷ୍ଟର ୩୬୦’’

ନୂଆଦିଲ୍ଲୀ,୧୩।୭: ଭାରତୀୟ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବଙ୍କୁ ଏ ବି ଡିଭିଲିୟର୍ସଙ୍କ ସହ ତୁଳନା କଲେ ପୂର୍ବତନ ଓପନର୍‌ ଆକାଶ ଚୋପ୍ରା। ଇଂଲଣ୍ଡ ବିପକ୍ଷ ତୃତୀୟ ଟି୨୦ରେ ତାଙ୍କ ପ୍ରଦର୍ଶନକୁ ଦେଖି ସୂର୍ଯ୍ୟକୁମାରଙ୍କୁ ଭାରତର ‘୩୬୦ ଡିଗ୍ରୀ’ ଖେଳାଳି ବୋଲି ସେ କହିଛନ୍ତି।

କୁ ଆପ୍‌ରେ ଆକାଶ କହିଛନ୍ତି, ସୂର୍ଯ୍ୟକୁମାରଙ୍କ ଇନିଂସ ପ୍ରଶଂସନୀୟ ଥିଲା। ତାଙ୍କର କ୍ରିକେଟ ପ୍ରତି ଥିବା ବୁଝିବାପଣ ବାରି ହୋଇ ପଡ଼ୁଥିଲା। ସେ ଭାରତର ମିଷ୍ଟର ୩୬୦ ଡିଗ୍ରୀ।

Share