Categories: ଖେଳ

୩ ବର୍ଷ ପରେ ଫେରିଲେ, ତଥାପି ଗର୍ଜିଲା ସୂର୍ଯ୍ୟକୁମାରଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ,୨୧।୧୨: ରଣଜୀ ଟ୍ରଫି ମ୍ୟାଚ୍‌ରେ ଚମକିଛନ୍ତି ସୂର୍ଯ୍ୟକୁମାର ଯାଦବ। ପ୍ରାୟ ୩ ବର୍ଷ ପରେ ମୁମ୍ବାଇ ପକ୍ଷରୁ ରଣଜୀ ମ୍ୟାଚ୍‌ ଖେଳି ସେ ୮୦ ବଲ୍‌ରେ ୯୦ ରନ୍‌ର ବିସ୍ଫୋରକ ଇନିଂସ ଖେଳିଛନ୍ତି। ଏଥିରେ ୧୫ ଚୌକା ଏବଂ ୧ ଛକା ରହିଥିଲା।

ରେକର୍ଡକୁ ଦେଖିଲେ ଗତ ବର୍ଷକ ମଧ୍ୟରେ ଖେଳାଯାଇଥିବା ସୀମିତ ଓଭର ମ୍ୟାଚ୍‌ରେ ଭାରତର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ପରିଗଣିତ ହେଉଛନ୍ତି ସୂର୍ଯ୍ୟକୁମାର। ଏବେ ଲାଲ୍‌ ବଲ୍‌ରେ ମଧ୍ୟ ସେ ସମାନ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି।

ମ୍ୟାଚ୍‌ରେ ଅଧିନାୟକ ଅଜିଙ୍କ୍ୟ ରାହାନେ ଏବଂ ଯଶସ୍ବୀ ଜୈସଓ୍ବାଲ ଶତକ ମାରିଥିଲେ। ହେଲେ ସୂର୍ଯ୍ୟକୁମାରଙ୍କ ଇନିଂସ ବାରି ହୋଇ ପଡ଼ିଥିଲା। ମୁମ୍ବାଇ ଟିମ୍‌ ହାଇଦ୍ରାବାଦ ବିପକ୍ଷ ରଣଜୀର ଗ୍ରୁପ୍‌ ବି ମ୍ୟାଚ୍‌ର ପ୍ରଥମ ଦିନ ୩ ଉଇକେଟ ହରାଇ ୩୯୬ ରନ୍‌ କରିଥିଲା।

Share