Categories: ଖେଳ

ଉପରକୁ ଉଠିଲେ ସୂର୍ଯ୍ୟକୁମାର

ଦୁବାଇ, ୨୮।୯:ଭାରତର ସୂର୍ଯ୍ୟକୁମାର ଯାଦବ ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟର ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିବା ପରେ ତାଙ୍କୁ ଏହି ସଫଳତା ମିଳିଛି। ଭାରତ ପରାଜିତ ହୋଇଥିଲେ ହେଁ ସୂର୍ଯ୍ୟ ୪୬ ରନର ଦ୍ରୁତ ଇନିଂସ ଖେଳିଥିଲେ। ଟି୨୦ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ପାକିସ୍ତାନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ ୮୬୧ ପଏଣ୍ଟ ରହିଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା ସୂର୍ଯ୍ୟକୁମାରଙ୍କ ୮୦୧ ପଏଣ୍ଟ ରହିଛି। ଦକ୍ଷିଣ ଆଫ୍ରିକାର ଏଡେନ ମାରକ୍ରାମ ୭୯୯ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ବାବର ୭୭୧ ପଏଣ୍ଟରେ ଅଛନ୍ତି। ଭାରତର ତାରକା ବିରାଟ କୋହଲି ୧ ଅଙ୍କ ଉପରକୁ ଉଠି ୧୫ତମ ସ୍ଥାନରେ ରହିଛନ୍ତି।

Share