Categories: ଖେଳ

ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକଙ୍କ ସ୍ଥାନରେ ଏହି ଖେଳାଳି ହେବେ ଟିମ ଇଣ୍ଡିଆର ଅଧିନାୟକ

ନୂଆଦିଲ୍ଲୀ,୨୨।୭: ଅଗଷ୍ଟ ୧୮ରୁ ୨୩ମଧ୍ୟରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳାଯିବ। ଏହି ସିରିଜରେ ଏକ ନୂଆ ଖେଳାଳିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ନେତୃତ୍ୱ ନେବ। ଏହି ସିରିଜ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମାନ ଗିଲଙ୍କୁ ଆରାମ ମିଳିବ।

ଟି -୨୦ ଇଣ୍ଟରନ୍ୟାଶନାଲରେ ବିଶ୍ୱର ଏକ ନମ୍ବର ଓ୍ବାନ୍‌ ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଟିମ ଇଣ୍ଡିଆର ଦାୟିତ୍ୱ ଗ୍ରହଣ କରିବେ। ଏହାପୂର୍ବରୁ ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ଦ୍ରୁତ ବୋଲର ଜସପ୍ରୀତ ବୁମ୍‌ରା ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଅଧିନାୟକ ହେବେ।

 

Share