Categories: ଖେଳ

ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ: ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ପର୍ଥ,୩୦।୧୦: ଟି-୨୦ ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଭାରତ। ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ୍‌ ହରାଇ ୧୩୩ ରନ୍‌ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକଦା ଭାରତ ୫୦ ରନ୍‌ ଭିତରେ ୫ ଉଇକେଟ୍‌ ହରାଇଥିଲା ଓପନର କେ.ଏଲ ରାହୁଲ ୯, ରୋହିତ ଶର୍ମା ୧୫, ବିରାଟ କୋହଲି ୧୨, ଦୀପକ ହୁଡ୍ଡା ଶୂନ, ହାର୍ଦ୍ଦିକ ପାଣ୍ଡ୍ୟା ୨ ରନ୍‌ରେ ଆଉଟ୍‌ ହୋଇଥିଲେ। ଗୋଟିଏ ପଟେ ଉଇକେଟ୍‌ ପଡୁଥିବା ବେଳେ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଅନ୍ୟ ପଟେ ସ୍ଥିତି ସମ୍ଭାଳିଥିଲେ। ସେ ମାତ୍ର ୪୦ ବଲ୍‌ରୁ ୬୮ ରନ୍‌ କରିଥିଲେ। ଏଥିରେ ୬ଟି ଚୌକା ଏବଂ ୩ଟି ଚକା ସାମିଲ ଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ଘାତକ ବୋଲିଂ କରି ୪ଟି ଉଇକେଟ୍‌ ନେଇଥିବା ଓ୍ବେନ ପାର୍ନେଲ ୩ଟି ଉଇକେଟ୍‌ ନେଇଥିଲେ।

Share