କିଏ ସେହି ବଣ୍ଟି, ଯାହାଙ୍କର ସୁଶାନ୍ତ-ଦିଶାଙ୍କ ମୃତ୍ୟୁ ସହ ରହିଛି ଏମିତି ସମ୍ପର୍କ, ସିବିଆଇ କରୁଛି ଯାଞ୍ଚ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ବୁଢ଼ିଆଣୀ ଜାଲ ପରି ଗୁଡ଼ାଇ ହେଉଛି ପଛେ ଛିଡୁନାହିଁ। ବର୍ତ୍ତମାନ ସିବିଆଇ ଏ ଦିଗରେ ତଦନ୍ତକୁ ଅଧିକ ତ୍ୱରାନ୍ବିତ କରିଛି। ସୁଶାନ୍ତଙ୍କ ମ୍ୟାନେଜର ଦିଶା ସାଲିଆନ ଏବଂ ସୁଶାନ୍ତଙ୍କ ମୃତ୍ୟୁ ସହ ଜଡ଼ିତ ଆଉ ଜଣେ ଅଭିନେତାଙ୍କୁ ଖୋଜୁଛି ସିବିଆଇ। ତାଙ୍କ ନାଁ ବଣ୍ଟି ସାଜଦବା। ଏହି ନାଁଟି ବର୍ତ୍ତମାନ ମାମଲାଟିକୁ ଅଧିକ ବିତର୍କ କରିଦେଇଛି।
ସୁଶାନ୍ତଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିଆନ ଏବଂ ସୁଶାନ୍ତଙ୍କ ମୃତ୍ୟୁ ସହ ଏହି ଅଭିନେତାଙ୍କ ସମ୍ପର୍କ ଥିବା ମୁମ୍ବାଇ ପୋଲିସ ଅସ୍ବୀକାର କରିଥିବା ବେଳେ ସିବିଆଇ ଏହି ଦିଗରେ ତଦନ୍ତକୁ ତ୍ୱରାନ୍ବିତ କରିଛି। ସିବିଆଇ ବୁଝିବାକୁ ଚେଷ୍ଟା କରୁଛି କି ସାଲିଆନ ଏବଂ ସୁଶାନ୍ତଙ୍କ ମୃତ୍ୟୁ ଦିଗରେ ବଣ୍ଟି ସାଜଦବାଙ୍କ ଭୂମିକା କ’ଣ ରହିଛି?

ବର୍ତ୍ତମାନ ସିବିଆଇ ବଣ୍ଟିଙ୍କୁ ପଚରାଉଚରା କରୁଛି। ବଣ୍ଟି ସାଜଦେବ କର୍ନର ଷ୍ଟୋନ୍‌ କମ୍ପାନୀର ସିଇଓ ଅଟନ୍ତି। ଦିଶା ସାଲିଆନ ମଧ୍ୟ ଏହି କମ୍ପାନୀରେ କାମ କରୁଥିଲେ। ବର୍ତ୍ତମାନ ସିବିଆଇ ବଣ୍ଟିଙ୍କୁ ପଚରାଉଚରା କରୁଛି। ତାଙ୍କର ସୁଶାନ୍ତ ଏବଂ ଦିଶାଙ୍କ ମୃତ୍ୟୁରେ କୌଣସି ସମ୍ପୃକ୍ତି ଅଛି କି ନାହିଁ।


ବଣ୍ଟି ସାଜଦେବ ହେଉଛନ୍ତି ସେହି ବ୍ୟକ୍ତି, ଯିଏ କ୍ରିକେଟର ବିରାଟ କୋହଲିଙ୍କୁ ମଧ୍ୟ ସମର୍ଥନ ଦେଇଛନ୍ତି। କେବଳ ଏତିକି ନୁହେଁ ସେ ଅଭିନେତା ସୋହେଲ ଖାନ୍‌ଙ୍କ ଶଳା ମଧ୍ୟ। ଏପରି ସ୍ଥିତିରେ, ତାଙ୍କ ନାଁ ଉଠିବା ଏହି ମାମଲାକୁ ଅଧିକ ଜଟିଳ କରିଦେଇଛି।

ଯଦିଓ ବଣ୍ଟି ସୋସିଆଲ ମିଡିଆରେ ଅଧିକ ସକ୍ରିୟ ନୁହନ୍ତି, ତେବେ ସୋହେଲ ଖାନ୍‌ଙ୍କ ସହ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଫଟୋରେ ବଣ୍ଟି ଏବଂ ତାଙ୍କ ସ୍ତ୍ରୀ ନଜର ଆସିଛନ୍ତି। ସେ ଏହି ପୋଷ୍ଟ ମାଧ୍ୟମରେ କାହାକୁ ଜନ୍ମଦିନର କାମନା ଜଣାଇଛନ୍ତି।

Share