ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ମୃତ୍ୟୁକୁ ଇତିମଧ୍ୟରେ ମାସେରୁ ଅଧିକ ସମୟ ହୋଇଯାଇଛି। ହେଲେ ଆଜି ବି ସେ ମସସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି। ସୁଶାନ୍ତ କେତେ ପରିଶ୍ରମୀ ଥିଲେ, କେତେ ବଡ଼ ବଡ଼ ସ୍ବପ୍ନ ଦେଖୁଥିଲେ ତାହା ଭଉଣୀ ଶ୍ୱେତା ଏକ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି। ଶ୍ୱେତା ସୁଶାନ୍ତଙ୍କ ହ୍ବାଇଟ୍ବୋର୍ଡର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ଜୁନ୍ ୨୯ରେ ସୁଶାନ୍ତଙ୍କ ଜୀବନରେ କିପରି ସବୁ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ତାହା ସେ ପୂର୍ବରୁ ପ୍ରସ୍ତୁତ କରିସାରିଥିଲେ। ହ୍ବାଇଟ୍ବୋର୍ଡରେ ତାହା ସବୁ ସେ ଲେଖିଥିଲେ। ଏଥିସହ ସେ ଭିନ୍ନ କଥା ଚିନ୍ତା କରିବା ସହ ଓ୍ବାର୍କଆଉଟ୍ ଉପରେ ଅଧିକ ଧ୍ୟାଦ ଦେବାକୁ ଚାହୁଁଥିବା ଶ୍ୱେତା କହିଛନ୍ତି। ଏହି ପୋଷ୍ଟ ମାଧ୍ୟମରେ ଭାଇ ପାଇଁ ନ୍ୟାୟ ନିବେଦନ କରିଛନ୍ତି ଶ୍ୱେତା।