ସୁଶାନ୍ତ ଆତ୍ମହତ୍ୟା ମାମଲା: ରିୟାଙ୍କୁ ଇଡିର ସମନ

ମୁମ୍ବାଇ,୫।୮: ବଲିଉଡ୍‌ର ପ୍ରତିଭାଶାଳୀ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଦିନକୁ ଦିନ ବିବାଦ ଘେରରେ ଛନ୍ଦି ହୋଇଯାଉଛନ୍ତି। ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରିୟାଙ୍କୁ ସମନ ପଠାଯାଇଇଛି। ଶୁକ୍ରବାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ରିୟାଙ୍କୁ ଏହି ସମନ ଜାରି କରାଯାଇଛି। ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ରିୟାଙ୍କ ଉପରେ ସଙ୍ଗୀନ ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ପିତା କେ.କେ. ସିଂହ ବିହାର ପୋଲିସ ଷ୍ଟେସନରେ ରିୟାଙ୍କ ବିରୋଧରେ ଅଭିଯୋଗ ଆଣି ଏତଲା ଦାୟର କରିଛନ୍ତି। ସେ ଉକ୍ତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ରିୟାଙ୍କ ନଜର ସୁଶାନ୍ତଙ୍କ ଟଙ୍କା ଉପରେ ରହିଥିଲା ଏବଂ ତାଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କାର ହେରଫେର ହୋଇଛି। ତେବେ ତାଙ୍କ ଏହି ଅଭିଯୋଗ ପରେ ଏବେ ବିହାର ପୋଲିସ ଉକ୍ତ ମାମଲାର ତଦନ୍ତ କରୁଛି। ଅନ୍ୟପଟେ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ପାଇଁ ବୁଧବାର କେନ୍ଦ୍ରସରକାର ଅନୁମତି ଦେଇଛନ୍ତି। ଏବେ ସିବିଆଇ ହାତକୁ ଏହି ମାମଲା ଯାଇଥିବା ସୂଚନା ରହିଛି।

Share