ଅଙ୍କିତା ଶେୟାର କଲେ ନିଜ ଆକାଉଣ୍ଟ ଡିଟେଲ୍ସ: ସୁଶାନ୍ତଙ୍କ ଭଉଣୀ ରଖିଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ୍‌ ଭର୍ସାଟାଇଲ ଅଭନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ପ୍ରତିଦିନ ନୂଆ ନୂଆ ଚାଞ୍ଚଲ୍ୟକର ଖୁଲାସା ହେଉଛି। ନିକଟରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଯେଉଁ ଘରେ ରହୁଛନ୍ତି ତା’ର ଇଏମ୍‌ଆଇ ସୁଶାନ୍ତ ଭରୁଥିଲେ ବୋଲି ଏକ ଖବର ସାମ୍ନାକୁ ଆସିଥିଲା। ତେବେ ଏନେଇ ଶନିବାର ଅଙ୍କିତା ନିଜର ସ୍ପଷ୍ଟିକରଣ ରଖିଛନ୍ତି। ଅଙ୍କିତା ଇନ୍‌ଷ୍ଟାଗ୍ରାମରେ ନିଜର ଘରର ରେଜିଷ୍ଟ୍ରେସନ କପି ଓ ଆକାଉଣ୍ଟ ଡିଟେଲ୍ସ ଶେୟାର କରିଛନ୍ତି। ତେବେ ଅଙ୍କିତାଙ୍କ ଏହି ପୋଷ୍ଟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ ପ୍ରତିକ୍ରିୟା ଦେଇଛନ୍ତି। ଶ୍ୱେତା ତାଙ୍କ ପୋଷ୍ଟର କମେଣ୍ଟରେ ଲେଖିଛନ୍ତି, ତମେ ଜଣେ ସ୍ବାଧୀନ ଝିଅ, ତୁମ ପାଇଁ ମୁଁ ଗର୍ବିତ। ତେବେ ଶ୍ୱେତାଙ୍କ ବ୍ୟତୀତ ଅନ୍ୟ କେତେକ ସେଲିବ୍ରିଟି ମଧ୍ୟ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି। ଏହି କ୍ରମରେ ଅଭିନେତା ମହେଶ ଶେଟ୍ଟୀ ଲେଖିଛନ୍ତି, ଅଙ୍କିତା ତୁମକୁ ସ୍ପଷ୍ଟିକରଣ ଦେବା କୌଣସି ଆବଶ୍ୟକତା ନାହିଁ। ଆମେ ତୁମ ପାଇଁ ଗର୍ବିତ ବୋଲି ମହେଶ କହିଛନ୍ତି।

Share