ରିୟାଙ୍କ ମାୟାଜାଲରୁ ମୁକୁଳାଇବା ଲାଗି ଭଉଣୀଙ୍କୁ ଅନୁରୋଧ କରିଥିଲେ ସୁଶାନ୍ତ

ମୁମ୍ବାଇ, ୫।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଅଧିକ ରହସ୍ୟମୟ ହେବାରେ ଲାଗିଛି। ସମ୍ପ୍ରତି ସୁଶାନ୍ତଙ୍କ ବଡ଼ ଭଉଣୀ ରାନୀଙ୍କ ମନ୍ତବ୍ୟ ଆତ୍ମହତ୍ୟାକୁ ହତ୍ୟା ଭଳି ପ୍ରତିପାଦିତ କରିଛି। ରାନୀ କହିଛନ୍ତି ଯେ, ସୁଶାନ୍ତ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କଠାରୁ ମୁକ୍ତିି ଚାହୁଁଥିଲେ। ସେ ରାନୀଙ୍କୁ ଫୋନ୍‌ରେ ଅନୁରୋଧ କରିିଥିଲେ ଯେ, ମତେ ରିୟାଙ୍କର ମାୟାଜାଲରୁ ମୁକ୍ତି କର। ରାନୀ ବରିଷ୍ଠ ଆଇପିଏସ୍‌ ଓ.ପି.ସିଂଙ୍କ ସ୍ତ୍ରୀ। ରାନୀଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୁଶାନ୍ତଙ୍କୁ ଦେଖା କରିବାକୁ ହରିୟାଣାରୁ ମୁମ୍ବାଇ ଯାଇଥିବା ରାନୀଙ୍କୁ ରିୟା ଘରେ ରହିବାକୁ ଅନୁମତି ଦେଇ ନ ଥିଲେ। ଏହା ପରେ କିଛି ବଡ଼ ଧରଣର ଘଟଣା ଘଟିବାକୁ ଯାଉଥିବା ରାନୀ ସନ୍ଦେହ କରିଥିଲେ ବୋଲି କହିଛନ୍ତି।

Share