ସୁଶାନ୍ତ ଆତ୍ମହତ୍ୟା ମାମଲାରେ ଏହି ବ୍ୟକ୍ତିଙ୍କୁ ସମନ ପଠାଇଲା ଇଡ଼ି

ମୁମ୍ବାଇ,୭।୮: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ହୋଇଥିବା ନେଣଦେଣ ବାବଦରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଯାଞ୍ଚ କରୁଛି। ଏହି ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଇଡି ପକ୍ଷରୁ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟାଙ୍କ ପରେ ଏବେ ତାଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପଠାନୀଙ୍କୁ ଶୁକ୍ରବାର ସମନ ଜାରି କରାଯାଇଛି। ଏହି ମାମଲାରେ ସିଦ୍ଧାର୍ଥଙ୍କୁ ଜେରା କରିବ ଇଡି। ସୂଚନାଯୋଗ୍ୟ, ସିଦ୍ଧାର୍ଥ ସୁଶାନ୍ତଙ୍କ ଅତି ନିକଟତର ବନ୍ଧୁ ହୋଇଥିବା ବେଳେ ତାଙ୍କର ଫ୍ଲାଟମେଟ୍‌ ମଧ୍ୟ ରହିଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ, ତାଙ୍କୁ ରୁମ୍‌ର ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।

Share