ଇଡି ନିକଟରେ ହାଜର ହେବାକୁ ମନାକଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଇଡି ଏବଂ ସିବିଆଇ ତଦନ୍ତ ଆରମ୍ଭ କରିଛନ୍ତି। ଗୁରୁବାର ଦିନ ସିବିଆଇ ସୁଶାନ୍ତ ସିଂ ରାଜପୁତ ମାମଲାରେ ଏଫଆଇଆର୍‌ ପଞ୍ଜିକରଣ କରିଛି। ଯେଉଁଥିରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି। ସିବିଆଇ ତଦନ୍ତ ପାଇଁ ଏସଆଇଟି ଗଠନ କରିଛି। ଏହି ଦଳ ଗୁଜୁରାଟର କ୍ୟାଡର ଆଇପିଏସ ମନୋଜ ଶଶୀଧରଙ୍କ ନେତୃତ୍ୱରେ ଅଛନ୍ତି। ସୁଶାନ୍ତ ମାମଲାରେ ଇଡି ଅଗଷ୍ଟ ୭ରେ ରିୟା ଚକ୍ରବର୍ତ୍ତୀଙ୍କୁ ଡାକିଥିଲେ। କିନ୍ତୁ ରିୟା ଚକ୍ରବର୍ତ୍ତୀ ଇଡି ସମ୍ମୁଖରେ ହାଜର ହେବାକୁ ମନା କରିଦେଇଛନ୍ତି। ସେ କହିଛନ୍ତି ଯେଉଁ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ମାମଲାର ଶୁଶଣି ଶେଷ ନ ହୋଇଛି ସେପର୍ଯ୍ୟନ୍ତ ତାଙ୍କ ବୟାନ ନିଆ ନ ଯାଉ ବୋଲି ସେ କହିଛନ୍ତି। ରିୟାଙ୍କୁ ସମନ ହ୍ବାଟ୍ସଆପ୍‌ରେ ମିଳିଥିଲା। ଫଳରେ ସେ ଇଡିକୁ ମେଲରେ ନିଜ ଜବାବ ଦେଇଛନ୍ତି। ଇଡି ରିୟାଙ୍କ ଅମିଲ ଖାରଜ କରିଦେଇଛନ୍ତି ବୋଲି ସୂଚନା ମିଳିଛି।

Share