Categories: ଜାତୀୟ

ଏସ୍‌ପିଙ୍କ ସହ ଯାହା ଘଟିଲା ଠିକ୍‌ ହେଲା ନାହିଁ

ପାଟଣା,୩।୮: ଅଭିନେତା ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲାରେ ବିହାର ଏବଂ ମୁମ୍ବାଇ ପୋଲିସ ମୁହାଁମୁହିଁ ହୋଇଛନ୍ତି। ବିହାରର ଆଇପିଏସ ଅଧିକାରୀ ବିନୟ ତିୱାରୀ ଏହି ଘଟଣାର ଅନୁସନ୍ଧାନ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ କିନ୍ତୁ ମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେସନ(ବିଏମ୍‌ସି) ତାଙ୍କୁ କ୍ୱାରାଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ଯାହା ଘଟିଛି ତାହା ଠିକ ନୁହେଁ। ଏଭଳି ଘଟଣାକୁ ରାଜନୀତି କରିବା ଉଚିତ୍‌ ନୁହେଁ। ବିହାର ପୋଲିସ ତାର କର୍ତ୍ତବ୍ୟ କରୁଛି ବୋଲି କହିନ୍ତି। ବିହାର ଡିଜିପି ଗୁପ୍ତଚର ପାଣ୍ଡେ କହିଛନ୍ତି ଯେ, ସେମାନେ ମୁମ୍ବାଇ ଡିଜିପି ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଚେଷ୍ଟା କରୁଛନ୍ତି। ଏହାପୂର୍ବରୁ ରବିବାର ଦିନ ବିହାର ପୋଲିସ ମୁମ୍ବାଇ ପୋଲିସକୁ ତଦନ୍ତରେ ସହଯୋଗ କରୁ ନ ଥିବା ଅଭିଯୋଗ କରିଛି। ବିଏମସି କହିଛି ଯେ, ବର୍ତ୍ତମାନର ନିର୍ଦ୍ଦେଶାବଳୀ ଅନୁଯାୟୀ ପାଟନା ପୋଲିସ ଅଧୀକ୍ଷକ ବିନୟ ତିୱାରୀଙ୍କୁ କ୍ୱାରାଣ୍ଟାଇନ୍‌ କରାଯାଇଛି।

Share