ଏକମାତ୍ର ପୁଅ ସୁଶାନ୍ତଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା

ବମ୍ବେ: ଇତିମଧ୍ୟରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦଶ ଦିନରୁ ଅଧିକ ସମୟ ବିତିଗଲାଣି। ହେଲେ ପରିବାରଠାରୁ ଆରମ୍ଭ କରି ବନ୍ଧୁ, ପ୍ରଶଂସକ ଏହାକୁ ଗ୍ରହଣ କରିପାରୁନାହାନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଓ ଭିଡିଓ ଘୁରି ବୁଲୁଛି। ଏଇ ଯେମିତି ଏଇ ଫଟୋ। ସୁଶାନ୍ତଙ୍କୁ ହରାଇ ତାଙ୍କ ବାପା କେତେ ଭାଙ୍ଗିପଡ଼ିଛନ୍ତି ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ସୁଶାନ୍ତ ତାଙ୍କ ବାପା କୃଷ୍ଣ କୁମାର ସିଂଙ୍କ ଏକମାତ୍ର ପୁଅ ଥିଲେ। ଏଣୁ ପୁଅଙ୍କୁ ହରାଇବାର ଦୁଃଖକୁ ସେ ଭୁଲିପାରୁନାହାନ୍ତି।

ବମ୍ବେରେ ଅନ୍ତେଷ୍ଟିକ୍ରିୟା ସରିବା ପରେ ଘରକୁ ଫେରିଯାଇଥିଲେ ସୁଶାନ୍ତଙ୍କ ବାପା। ପରେ ବିହାରରେ ତାଙ୍କ ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ସେଠାରେ ଏକ ଚଉକି ଉପରେ ସୁଶାନ୍ତଙ୍କ ବାପା ବସିଥିବା ଦେଖାଯାଉଛି। ପ୍ରଶଂସକମାନେ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏହା ଭାଇରାଲ ହେଉଛି।
ଚଳଚ୍ଚିତ୍ର ‘କାଇ ପୋ ଚେ’ରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ସୁଶାନ୍ତ। ଏହାପରେ ଅନେକ ସଫଳ ଫିଲ୍ମ ସେ ଭେଟି ଦେିଛନ୍ତି। ଆଗାମୀ ଦିନରେ ତାଙ୍କର ଫିଲ୍ମ ’ଦିଲ ବିଚାରା’ ରିଲିଜ ହେବାକୁ ଯାଉଛି। ତେବେ ୨୦୧୯ରେ ରିଲିଜ ହୋଇଥିବା ‘ଛିଛୋରେ’ ହିଟ୍‌ ସାବ୍ୟସ୍ତ ହୋଇଥିଲା।

Share