ଯାହାପରେ ବଦଳିଯାଇଥିଲା ସୁଶାନ୍ତଙ୍କ ଜୀବନ: ଦେଖନ୍ତୁ ରିୟାଙ୍କ ସହ ସେହି ୟୁରୋପ୍‌ ଟ୍ରିପ୍‌ର ଫଟୋ

ବମ୍ବେ: ଇତିମଧ୍ୟରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ପାଖାପାଖି ଦୁଇ ମାସ ହେଲାଣି। ହେଲେ ଦିନକୁ ଦିନ ମୃତ୍ୟୁର ରହସ୍ୟ ବଢ଼ି ବଢ଼ି ଚାଲିଛି। ଏସବୁ ଭିତରେ ସବୁଠୁ ଅଧିକ ଦୋଷୀ ପାଲଟିଛନ୍ତି ପ୍ରେମିକା ରିୟା ଚର୍କବର୍ତ୍ତୀ। ସୁଶାନ୍ତଙ୍କ ପରିବାରଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହା କହୁଛନ୍ତି। ରିୟା ସୁଶାନ୍ତଙ୍କ ଜୀବନକୁ ଆସିବା ପରେ ସେ ବହୁତ ବଦଳିଯାଇଥିବା କୁହାଯାଉଛି। ଏପରିକି ୟୁରୋପ ଟ୍ରିପ୍‌ରୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିବା ଅଭିଯୋଗ ହେଉଛି। ଦେଖନ୍ତୁ ସେହି ଟ୍ରିପ୍‌ର କିଛି ଫଟୋ।

୨୦୧୯ରେ ରିୟା-ସୁଶାନ୍ତଙ୍କ ଏହି ଛୁଟି ଚର୍ଚ୍ଚାର ବିଷୟ ପାଲଟିଥିଲା।

ଉଭୟ ଡେଟିଂ କରୁଥିବା କୁହାଯାଉଥିଲା।

ହେଲେ ସେଠାରୁ ଫେରିବା ପରେ ସୁଶାନ୍ତ ଅସୁସ୍ଥ ଜଣାପଡ଼ିଥିଲେ। ଏଥିପାଇଁ ସେ ଔଷଧ ମଧ୍ୟ ଖାଉଥିଲେ।

Share